ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ଦ୍ୱାଦଶ ଅଫଲାଇନ ପରୀକ୍ଷା, ଆଜି ସୁପ୍ରିମକୋର୍ଟରେ ମୂଲ୍ୟାୟନ ଶୁଣାଣି

ନୂଆଦିଲ୍ଲୀ: ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ମଧ୍ୟରେ ଇଚ୍ଛାଧିନ ଅଫଲାଇନ୍‌ ପରୀକ୍ଷା। ଜୁଲାଇ ୩୧ ତାରିଖରେ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ । ସୋମବାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ମୂଲ୍ୟାୟନରେ ସନ୍ତୁଷ୍ଟ ନଥିବା ପିଲାମାନେ ସ୍ଥିତି ସୁଧୁରିଲେ ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ମଧ୍ୟରେ ପରୀକ୍ଷା ଦେଇପାରିବେ ବୋଲି ସୁପ୍ରିମକୋର୍ଟରେ କହିଛି ସିବିଏସଇ।

ସିବିଏସଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ପରେ ମୂଲ୍ୟାୟନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟତଃ ଛାତ୍ରଛାତ୍ରୀଙ୍କ ଆସେସ୍‌ମେଣ୍ଟ ମାର୍କକୁ ଆଧାର କରି ସିବିଏସ୍‌ଇ ବୋର୍ଡ ମାର୍କ ପ୍ରଦାନ କରିବାକୁ ଥିବାବେଳେ ସ୍କୁଲଗୁଡିକ ଏହି ମାର୍କ ସିବିଏସଇ ପୋର୍ଟାଲରେ ଜୁନ୍‌ ୨୮ ସୁଦ୍ଧା ଅପଲୋଡ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

ତେବେ ମୂଲ୍ୟାୟନ ନେଇ ଦ୍ୱନ୍ଦ୍ୱ ଦେଖାଦେବାପରେ ବୋର୍ଡ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ଏହି କମିଟି ମୂଲ୍ୟାୟନ ସମ୍ବନ୍ଧୀୟ ସମସ୍ତ ସମସ୍ୟାର ସମାଧାନ କରିବ ବୋଲି ବୋର୍ଡ କହିଛି। ସେହିପରି ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ପିଲାଙ୍କ ଲାଗି କେବଳ ମୁଖ୍ୟ ବିଷୟ ଗୁଡିକୁ ନେଇ ଅଫଲାଇନ୍‌ରେ ପରୀକ୍ଷା କରାଯିବ। ଅଫଲାଇନ୍‌ ପରୀକ୍ଷାର ମାର୍କ ହିଁ ଚୂଡାନ୍ତ ମାର୍କ ଭାବେ ଗଣାଯିବ ବୋଲି ବୋର୍ଡ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.