ଉପେନ୍ଦ୍ର କୁଶୱାହାଙ୍କୁ ବିପଦ! କେନ୍ଦ୍ର ସରକାର ଦେଲେ Z ବର୍ଗର ସୁରକ୍ଷା, ମୁତୟନ ରହିବେ ୩୩ ଯବାନ
କେନ୍ଦ୍ର ସରକାର ରାଷ୍ଟ୍ରୀୟ ଲୋକ ଜନତା ଦଳ (RLJD)ର ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉପେନ୍ଦ୍ର କୁଶୱାହାଙ୍କ ସୁରକ୍ଷା ବଢ଼ାଇ ଦେଇଛନ୍ତି। ଏବେ ତାଙ୍କୁ Z ବର୍ଗର ସୁରକ୍ଷା ଦିଆଯାଇଛି।
କେନ୍ଦ୍ର ସରକାର ରାଷ୍ଟ୍ରୀୟ ଲୋକ ଜନତା ଦଳ (RLJD)ର ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉପେନ୍ଦ୍ର କୁଶୱାହାଙ୍କ ସୁରକ୍ଷା ବଢ଼ାଇ ଦେଇଛନ୍ତି। ଏବେ ତାଙ୍କୁ Z ବର୍ଗର ସୁରକ୍ଷା ଦିଆଯାଇଛି। ଏହା ପୂର୍ବରୁ ମାର୍ଚ୍ଚରେ ତାଙ୍କୁ Y ବର୍ଗର ସୁରକ୍ଷା ମିଳିଥିଲା। ଇଣ୍ଟେଲିଜେନ୍ସ ବ୍ୟୁରୋରୁ ତାଙ୍କ ପ୍ରତି ବିପଦ ଥିବାର ରିପୋର୍ଟ ମିଳିବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି।
Z ବର୍ଗ ଅଧୀନରେ ଏବେ କୁଶୱାହାଙ୍କୁ ବିହାର ଏବଂ ଦିଲ୍ଲୀରେ ୩୩ ସୁରକ୍ଷାକର୍ମୀ ଦିଆଯିବ। ତାଙ୍କ ଘରେ ୧୦ ସଶସ୍ତ୍ର ଷ୍ଟାଟିକ୍ ଗାର୍ଡ, ଦିନରାତି ୬ PSO, ୩ଟି ସିଫ୍ଟରେ ୧୨ ସଶସ୍ତ୍ର ଏସକର୍ଟ କମାଣ୍ଡୋ, ଗୋଟିଏ ସିଫ୍ଟରେ ଦୁଇଜଣ ୱାଚର୍ ଏବଂ ୩ ଟ୍ରେଣ୍ଡ୍ ଗାଡ଼ି ଚାଳକ ପ୍ରତ୍ୟେକ ସମୟରେ ଉପସ୍ଥିତ ରହିବେ।
ସୂଚନାଥାଉ କି, ଲମ୍ବା ସମୟରୁ ଜେଡିୟୁ ସହ ଜଡିତ ଥିବା ଉପେନ୍ଦ୍ର କୁଶୱାହା ଗତ ଫେବୃୟାରୀରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ସମ୍ପର୍କ ଭାଙ୍ଗି ନିଜର ନୂଆ ପାର୍ଟି ‘RLJD’ ଗଠନ କରିଥିଲେ। ସେବେଠାରୁ ବିଜେପିରେ ସେ ସାମିଲ ହେବାର ଚର୍ଚ୍ଚା ଜୋର ଧରିଛି। ଗତ ମାସରେ କୁଶୱାହା ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭେଟିଥିଲେ।
ସୂଚନାଯୋଗ୍ୟ, ପୂର୍ବରୁ କେନ୍ଦ୍ର ସରକାର ଲୋକ ଜନଶକ୍ତି ପାର୍ଟିର ସୁପ୍ରିମୋ ଚିରାଗ ପାସୱାନଙ୍କୁ ମଧ୍ୟ Z ବର୍ଗର ସୁରକ୍ଷା ପ୍ରଦାନ କରିଛନ୍ତି।