Whatsappରେ ଏବେ ପର୍ସନାଲ ଚାଟ୍ କୁ କରନ୍ତୁ Lock
Whatsappର ନୂଆ Whatsapp chat lock ଫିଚର , ଏବେ ସ୍ପେସିଫିକ ପର୍ସନାଲ ଚାଟ୍ କୁ ବି କରିପାରିବେ ଲକ୍, ଫିଚରକୁ ଏପରି କରନ୍ତୁ ଆକ୍ଟିଭ
ନିଜ ଫୋନକୁ ଅନ୍ୟ କାହାକୁ ଦେବା, ଏହା କାହାକୁ ବି ଠିକ ଲାଗି ନଥାଏ। କାରଣ ସମସ୍ତଙ୍କର କିଛି ପର୍ସନାଲ ଜିିନିଷ ଫୋନରେ ରହିଥାଏ। ଯାହା ସେମାନେ ସମସ୍ତଙ୍କ ସହ ସେୟାର କରିବାକୁ ପସନ୍ଦ କରନ୍ତି ନାହିଁ। କଣ ଆପଣ ବି ନିଜ ଫୋନ ଅନ୍ୟ କାହାକୁ ଦେବା ସମୟରେ ଏହାକୁ ନେଇ ଚିନ୍ତିତ ହେଉଛନ୍ତି କି? ପ୍ରାଇଭେଟ ମେସେଜକୁ ଅନ୍ୟ କେହି ଜାଣିବାର ସମସ୍ୟାକୁ ଦୂର କରିବା ପାଇଁ ହ୍ଵାଟସଆପ୍ ଆଣିଛି ଏକ ନୂଆ ସୁବିଧା। କମ୍ପାନୀ ତରଫରୁ ଏମିତି ଏକ ଫିଚର ଆସିଛି ଯେଉଁଥିରେ ଆପଣ ନିଜ ପ୍ରାଇଭେଟ ଚାର୍ଟକୁ ଲକ୍ କରିପାରିବେ। ଏହି ଚାଟ କୁ ବିନା ପାସଓ୍ଵାର୍ଡ କିମ୍ବା ବାୟୋମାଟ୍ରିକ ଅଥେଣ୍ଟିକେସନ ରେ ଖୋଲାଯାପାରିବ ନାହିଁ।
ଆଣ୍ଡ୍ରଏଡ ଓ ଆଇଓଏସ୍ ଫୋନରେ ଏହି ଫିଚର ଆଗରୁ ଅଛି। ଏଥିରେ ଆପଣ କୌଣସି ଆପ୍ କୁ ଲକ କରି ପିନ ରେ ପ୍ରୋଟେକ୍ଟ କରିପାରିବେ। ଏହି ଫିଚରରେ ହ୍ଵାଟସଆପ୍ କୁ ମଧ୍ୟ ଲକ କରିପାରିବେ। କିନ୍ତୁ ନୂଆ ଫିଚରରେ ଆପଣ ହ୍ଵାଟସଆପ୍ ମଧ୍ୟରେ ଥିବା ଯେକୌଣସି ଚାଟକୁ ଲକ୍ କରିପାରିବେ। କେବଳ ଏତିକି ନୁହେଁ ଏହି ଚାଟ ଅଲଗା ଅଲଗା ଫୋଲଡରରେ ସେଭ ମଧ୍ୟ ରହିବ। ଏହାସହିତ ନୋଟିଫିକେନସନରେ ମେସେଜ ପଠାଇବାର ନାମ ଓ ମେସେଜ ଦୁଇଟି ହିଡେନ ରହିବ। ତାହା ସେତେବେଳେ ସୋ କରିବ ଯେତେବେଳେ ୟୁଜର ଏହାକୁ ଅଥେଣ୍ଟିକେଟ କରିବେ। ଏହାର ଅର୍ଥ ଯଦି ଆପଣଙ୍କ ଫୋନ କାହା ହାତରେ ଲାଗୁଛି ତେବେ ବି ସେ ଆପଣଙ୍କ ପ୍ରାଇଭେଟ ମେସେଜ ଦେଖିପାରିବେ ନାହିଁ।
ଏବେ ଜାଣନ୍ତୁ ହ୍ଵାଟସଆପ୍ ରେ ଆପଣ ଏହି ଫିଚରକୁ କିପରି ଆକ୍ଟିଭ କରିବେ:
-ପ୍ରଥମେ ଆପଣଙ୍କୁ ପ୍ଲେ ଷ୍ଟୋର କିମ୍ବା ଆପଲ ଷ୍ଟୋରରେ ଯାଇ ହ୍ଵାଟସଆପ କୁ ଅପେଡେଟ କରିବାକୁ ହେବ
-ଏହାପରେ ହ୍ଵାଟସଆପ୍ ଓପନନ କରନ୍ତୁ।
-ଯେଉଁ ଚାଟ୍ କୁ ଆପଣ ଲକ କରିବାକୁ ଚାହୁଁଛନ୍ତି ତାହାକୁ ଓପନ କରନ୍ତୁ।
– ପ୍ରୋଫାଇଲ ପିକଚରରେ କ୍ଲିକ କରନ୍ତୁ।
-ଏହାପରେ ଆପଣଙ୍କୁ ଡିସପିୟରି ଂ ମେସେଜ ମେନ୍ୟୁ ତଳେ ଚାଟ ଲକ ଅପସନ ଦେଖାଯିବ।
-ତାହକୁ ଇନାବେଲ କରନ୍ତୁ। ଏହାପରେ ପାସଓ୍ଵାର୍ଡ ଓ ବାୟୋମାଟି୍ରକ ସାହାଯ୍ୟରେ ଅଥେଣ୍ଟିକେଟ କରନ୍ତୁ।
– ଏହାପରେ ଆପଣଙ୍କର ସେହି ସ୍ପେସିଫିକ ଚାଟ ଲକ ହୋଇଯିବ।
-ଏହାକୁ ଆକ୍ସେସ କରିବା ପାଇଁ ଆପଣଙ୍କୁ ହ୍ଵାଟସଆପ୍ ଯାଇ ହୋମ ପେଜରେ ସ୍ୱାଇପ ଡାଉନ କରିବାକୁ ହେବ। ଏଠି ଆପଣଙ୍କୁ ଲକ ହୋଇଥିବା ମେସେଜ ସବୁ ଦେଖାଇବ ।