ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ କୋଭିଡ ସମୀକ୍ଷା, ପ୍ରତି ତିନି ମାସରେ ଥରେ ହସପିଟାଲରେ ମକଡ୍ରିଲ କରିବାକୁ ନିର୍ଦ୍ଦେଶ

କୋଭିଡର ନୂଆ ସବ ଭାରିଆଣ୍ଟ JN.1କୁ ନେଇ ବଢୁଛି ଚିନ୍ତା । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କୋଭିଡ ମୁକାବିଲା ନେଇ ଆଲୋଚନା କରିଛନ୍ତି । ସତର୍କତାମୂଳକ ପଦକ୍ଷେପ ନେବାକୁ ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି।

ନୂଆଦିଲ୍ଲୀ: କୋଭିଡର ନୂଆ ସବ ଭାରିଆଣ୍ଟ JN.1କୁ ନେଇ ବଢୁଛି ଚିନ୍ତା । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କୋଭିଡ ମୁକାବିଲା ନେଇ ଆଲୋଚନା କରିଛନ୍ତି । ସତର୍କତାମୂଳକ ପଦକ୍ଷେପ ନେବାକୁ ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି।. ପ୍ରତି ତିନିମାସରେ ଥରେ ସବୁ ହସପିଟାଲରେ ମକଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। କରୋନାର ନୂଆ ଭାରିଆଣ୍ଟକୁ ନେଇ ଆଲୋଚନା ହୋଇଛି । ନୂଆ ଭାରିଆଣ୍ଟ JN.1 ନୂଆ ବିପତ୍ତି ଆଣିବ ବୋଲି ଆଶଙ୍କା କରାଯାଉଛି।

କେରଳ ଓ କର୍ଣ୍ଣାଟକରେ କିଛି ଲୋକଙ୍କ ଜୀବନ ଗଲାଣି। ଆଗକୁ ବଡ଼ ଦିନ, ନୂଆବର୍ଷ ଓ ବଣଭୋଜି ଋତୁ ଚାଲିଥିବାରୁ ସଂକ୍ରମଣ ବୃଦ୍ଧି ହୋଇପାରେ । ଏପରି ପରିସ୍ଥିତିରେ କୋଭିଡ କଟକଣା ଫେରିବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି। ଆରଟିପିସିଆର ଟେଷ୍ଟ ସେଣ୍ଟର ପୁନଃ କାର୍ଯ୍ୟକ୍ଷମ ହୋଇଥିବା ବେଳେ ମେଡିକାଲରେ ଅମ୍ଳଜାନ, ଔଷଧ, କିଟ ଆଦି ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି । ଏପଟେ JN.1 ସଂକ୍ରମଣ ଜନିତ କୋଭିଡ କେସ ବଢୁଥିବାରୁ ଏହାକୁ “variant of interest” ବର୍ଗରେ ରଖିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଗତ ୨୪ ଘଣ୍ଟାରେ କେରଳରେ ଆଉ ୨୯୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଉ ୩ ଜୀବନ ନେଇଛି କିଲର ଭାଇରସ। ଦେଶରେ ୨୩୦୦ ସକ୍ରିୟ ମାମଲା ରହିଛି । ସଂକ୍ରମଣକୁ ନେଇ ବିବ୍ରତ ହେବା ଆଶ ବ୍ୟକ ନାହିଁ ବୋଲି ନୀତିଆୟୋଗ ସ୍ବାସ୍ଥ୍ୟ ସଦସ୍ୟ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.