ଚୀନର ନୂଆ ମିଛ ! ସାଉଦି ଆରବ ଚିଙ୍ଗୁଡ଼ି ଓ ବ୍ରାଜିଲର ଗୋମାଂସ ହିଁ ବିଶ୍ୱରେ କରୋନା ବିସ୍ତାର ପାଇଁ ଦାୟୀ

ଚୀନର ସରକାରୀ ଗଣମାଧ୍ୟମ କରୋନା ଭାଇରସ୍‌କୁ ନେଇ ଏକ ନୂଆ ସିଦ୍ଧାନ୍ତ ବିସ୍ତାର କରିବାରେ ଲାଗିଛି। ଜଣେ ବିଶେଷଜ୍ଞଙ୍କ ମୁତାବକ, ଏହି ସିଦ୍ଧାନ୍ତରେ ବ୍ରାଜିଲର ଗୋମାଂସ, ସାଉଦି ଆରବର ଚିଙ୍ଗୁଡ଼ି ଏବଂ ଆମେରିକା ମେନର ବଡ଼ ଚିଙ୍ଗୁଡ଼ି ମାଛ ଓ ଘୁଷୁରୀ ମାଂସକୁ କରୋନା ଭାଇରସ୍‌ ବିସ୍ତାରର ପ୍ରମୁଖ କାରଣ ବୋଲି କୁହାଯାଉଛି। ସାରା ବିଶ୍ୱ କରୋନା ଭାଇରସ୍‌କୁ ନେଇ ଚୀନକୁ ହିଁ ଦାୟୀ କରିଥିଲା। ଏବେ ଏହି କୁଖ୍ୟାତିକୁ ଏଡ଼ାଇବା ପାଇଁ ଚୀନ ଏକ ମିଛ ଯୋଜନା ରଚିଛି। ଏଥିପାଇଁ ସେ ଅନ୍ୟ ଦେଶଗୁଡ଼ିକ ଉପରେ ଓଲଟା ଦୋଷ ଲଦୁଛି। ଚୀନରେ ଶତାଧିକ ଆକାଉଣ୍ଟ ଜରିଆରେ ଏହି ସିଦ୍ଧାନ୍ତକୁ ଆଗକୁ ବଢ଼ା ଯାଉଛି ଯେ ବ୍ରାଜିଲର ଗୋମାଂସ, ସାଉଦି ଆରବର ଚିଙ୍ଗୁଡ଼ି ଏବଂ ଆମେରିକାର ମେନ୍‌ ଲବଷ୍ଟର୍‌ ହିଁ କରୋନା ଭାଇରସ୍‌ ବିସ୍ତାର ପାଇଁ ଦାୟୀ।

ଗ୍ଲୋବାଲ ଥିଙ୍କ୍‌ ଟ୍ୟାଙ୍କ ପଲିସି ରିସର୍ଚ୍ଚ ଗ୍ରୁପ୍‌ (POREG) ପାଇଁ ତଥ୍ୟ ପ୍ରଚାର ଉପରେ ରିସର୍ଚ୍ଚ କରୁଥିବା ମାର୍ସେଲ ଶ୍ଲୀବ୍‌ସ ଚୀନର ଏଜେଣ୍ଡାକୁ ସମର୍ଥନ କରୁଥିବା ଶହ ଶହ ଆକାଉଣ୍ଟକୁ ଅଧ୍ୟୟନ କରିଛନ୍ତି। ସେ କହିଛନ୍ତି କି, ଚୀନ ଏଜେଣ୍ଡାକୁ ସମର୍ଥନ କରୁଥିବା ଶତାଧିକ ଆକାଉଣ୍ଟକୁ ସେମାନେ ଚିହ୍ନଟ କରିଛନ୍ତି, ଯେଉଁମାନେ କରୋନା ଭାଇରସ୍‌ ବିସ୍ତାରରେ ଶୀତଳ ମାଂସ ରପ୍ତାନୀର ସିଦ୍ଧାନ୍ତକୁ ଆଗକୁ ବଢ଼ାଉଛନ୍ତି।

ଚୀନ ମିଡିଆରେ କ’ଣ କୁହାଯାଉଛି

ଏହି ସିଦ୍ଧାନ୍ତ ଜରିଆରେ ଚୀନ ଗଣମାଧ୍ୟମ ଏହା ପ୍ରମାଣିତ କରିବାକୁ ଚେଷ୍ଟା କରୁଛି ଯେ ବ୍ରାଜିଲରୁ ଗୋମାଂସ, ସାଉଦି ଆରବରୁ ଚିଙ୍ଗୁଡ଼ି ଏବଂ ଆମେରିକାରୁ ଘୁଷୁରୀ ମାଂସ ରପ୍ତାନୀ କରୋନା ଭାଇରସ୍‌ ବିସ୍ତାରର ଏକମାତ୍ର କାରଣ। ରିପୋର୍ଟରେ କୁହାଯାଇଛି, ଚୀନ ଏହାକୁ ନେଇ ଏବେ ନୂଆ ଦାବି କରୁଛି। ଦାବି ଅନୁଯାୟୀ, ସାରା ବିଶ୍ୱରେ କରୋନା ଭାଇରସ୍‌ ବିସ୍ତାର ପଛରେ ଆମେରିକା ମେନରୁ ଆସିଥିବା ବଡ଼ ଚିଙ୍ଗୁଡ଼ି ମାଛ ହିଁ ମୁଖ୍ୟତଃ ଦାୟୀ। ଗ୍ଲୋବାଲ ଥିଙ୍କ୍‌ ଟ୍ୟାଙ୍କ ଅନୁସାରେ, ଶ୍ଲୀବ୍‌ସ ୧୮ ମାସ ଧରି ଚୀନ ସମର୍ଥକଙ୍କ ଆକାଉଣ୍ଟର ଟ୍ଵିଟର ଫିଡ୍‌କୁ ବିଶ୍ଲେଷଣ କରିଥିଲେ। ଏଥିରୁ ମିଳିଥିବା ବଡ଼ ଚିଙ୍ଗୁଡ଼ି ମାଛର ସିଦ୍ଧାନ୍ତ ଚୀନ କୂଟନୀତିଜ୍ଞଙ୍କ ଦ୍ୱାରା ପ୍ରବର୍ତ୍ତିତ ହୋଇଛି। ରିପୋର୍ଟରେ କୁହାଯାଇଛି କି, କିଝା ଲିୟୁ ନଭେମ୍ବର ୨୦୧୯ରେ ପ୍ରଥମେ ହିଁ ଏହି ସିଦ୍ଧାନ୍ତକୁ ପୋଷ୍ଟ କରିଥିଲେ।

ବଡ଼ ଚିଙ୍ଗୁଡ଼ି ମାଛର ଉଭୟ ହୋଲସେଲ୍‌ ଯୋଗାଣକାରୀ ଏବଂ ମେନ୍‌ରେ ଥିବା ରୋଗ ନିୟନ୍ତ୍ରଣ କେନ୍ଦ୍ର ସ୍ପଷ୍ଟ ଭାବରେ କହିଛନ୍ତି, ଏହି ଦାବିଗୁଡ଼ିକର କୌଣସି ଭିତ୍ତି ବା ଆଧାର ନାହିଁ। କିନ୍ତୁ ଚୀନ ଏହା ଉପରେ ଧ୍ୟାନ ଦେଇ ନାହିଁ। ରିପୋର୍ଟ ଅନୁସାରେ, ଦୂଷିତ ମାଂସ ଅଭିଯୋଗକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି। ଏହାକୁ ମୁକାବିଲା କରିବା ପାଇଁ ଚୀନ ଏହି ମିଥ୍ୟାକୁ ପ୍ରୋତ୍ସାହିତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.