କଟକଣା ଭିତରେ ଆଜିଠୁ ଏହି ସବୁ ସ୍ଥାନରେ ଖୋଲୁଛି ସିନେମା ହଲ୍: ସମସ୍ତ ଦର୍ଶକ ମୋବାଇଲରେ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବା ବାଧ୍ୟତାମୂଳକ

କେନ୍ଯୁଜ୍: କଟକଣା ଭିତରେ ଆଜିଠୁ ଖୋଲୁଛି ସିନେମା ହଲ୍‌ । କେନ୍ଦ୍ର ଜାରି କରିଥିବା ଗାଇଡ ଲାଇନ ଅନୁଯାୟୀ ପ୍ରାୟ ୭ ମାସ ପରେ ହଲ ଗୁଡିକ ଖୋଲିବ। ସିନେମା ହଲରେ ୫୦ ପ୍ରତିଶତ ଦର୍ଶକଙ୍କୁ ମିଳିବ ଅନୁମତି । ବସିବା ସମୟରେ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରାଯିବ । ଖାଲି ପଡ଼ିବା ସ୍ଥାନରେ ଖାଲି ସ୍ଥାନ ଭାବେ ଚିହ୍ନଟ କରାଯିବ । ହାଣ୍ଡୱାସ ଓ ସାନିଟାଇଜର ବ୍ୟବସ୍ଥା ରହିବ । ସମସ୍ତ ଦର୍ଶକ ମୋବାଇଲରେ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବା ବାଧ୍ୟତାମୂଳକ କରାଯାଇଛି ।

ହଲରେ ପ୍ରବେଶ ପୂର୍ବରୁ ସମସ୍ତଙ୍କର ଥର୍ମାଲ ସ୍କି୍ରନିଂ କରାଯିବ । ସବୁଠି ଶାରୀରିକ ଦୂରତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। କରୋନା ଲକ୍ଷଣ ଦେଖାଗଲେ ସେମାନଙ୍କୁ ହଲରେ ପ୍ରବେଶକୁ ଅନୁମତି ମିଳିବ ନାହିଁ । ଅଲଗା ସ୍କ୍ରିନରେ ସୋ ଟାଇମରେ ଚଳଚିତ୍ର ପ୍ରଦର୍ଶନ ହେବ । ଦିନ ତମାମ ଖୋଲା ରହିବ ଟିକଟ କାଉଣ୍ଟର। ଗହଳି କମାଇବାକୁ ମଲଟିପଲ ସ୍କ୍ରିନ ଥିବା ହଲରେ ପର୍ଯ୍ୟାୟ କ୍ରମେ ପ୍ରଦର୍ଶନ ହେବ ସିନେମା। ଦୁଇଟି ସୋ ମଧ୍ୟରେ ପର୍ଯ୍ୟାପ୍ତ ସମୟ ବ୍ୟବଧାନ ରହିବ।

ଏୟାର କଣ୍ଡିସନିଂ ସେଟିଂ ୨୪ରୁ ୩୦ ଡିଗ୍ରୀ ମଧ୍ୟରେ ରହିବ। ହଲ୍‌ ଖୋଲିବ ପୂର୍ବରୁ ପ୍ରସ୍ତୁତି କରାଯାଉଛି । ଏହା ଭିତରେ ଅନେକ ରାଜ୍ୟ କିନ୍ତୁ ହଲ୍‌ ବନ୍ଦ ରଖିଛନ୍ତି। ଓଡ଼ିଶାରେ କିନ୍ତୁ ଅକ୍ଟୋବର ୩୧ ଯାଏ ବନ୍ଦ ରହିବ ସିନେମା ହଲ। ଏହାପରେ ଖୋଲିବ କି ନାହିଁ ସେ ନିଷ୍ପତ୍ତି ରାଜ୍ୟ ସରକାର ନେବେ। ଅବଶ୍ୟ ଲକ୍‌ ଡାଉନ ପରେ ପ୍ରଥମ ଫିଲ୍ମ ହେବ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆଧାରିତ ସିନେମା ପିଏମ୍‌ ନରେନ୍ଦ୍ର ମୋଦି। ଏହାର ରି-ରିଲିଜ ହେଉଛି।

ଜାଣନ୍ତୁ କେଉଁଠି ହଲ୍‌ ଖୋଲା:

ନୂଆଦିଲ୍ଲୀ

ଗୁଜରାଟ

ମଧ୍ୟପ୍ରଦେଶ

ପଶ୍ଚିମବଙ୍ଗ

ବିହାର

ଉତ୍ତରପ୍ରଦେଶ

ପଞ୍ଜାବ

ଛତିଶଗଡ଼

ଉତ୍ତରାଖଣ୍ଡ

ଜମ୍ମୁ-କାଶ୍ମୀର ଓ କର୍ଣ୍ଣାଟକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.