ତେଲେଙ୍ଗାନା: ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ ହେଲିକପ୍ଟରରେ ବୈଷୟିକ ତ୍ରୁଟି, ଫାର୍ମହାଉସ୍‌ରେ କରାଗଲା ଜରୁରୀ ଅବତରଣ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ବିଆର୍‌ଏସ୍‌ ସୁପ୍ରିମୋ କେ. ଚନ୍ଦ୍ରଶେଖର ରାଓଙ୍କୁ ନେଇ ଯାଉଥିବା ହେଲିକପ୍ଟରରେ ସୋମବାର ବୈଷୟିକ ତ୍ରୁଟି ଦେଖାଦେଇଛି, ଯେଉଁଥିପାଇଁ ହେଲିକପ୍ଟରଟିକୁ ତାଙ୍କ ଫାର୍ମହାଉସ୍‌ରେ ଜରୁରୀ ଅବତରଣ କରାଇବାକୁ ପଡ଼ିଛି। ଏଠାରୁ କିଛି ସମୟ ପୂର୍ବରୁ କେସିଆର୍‌ଙ୍କ ହେଲିକପ୍ଟର ଉଡ଼ାଣ ଭରିଥିଲା।

ମିଳିଥିବା ସୂଚନା ଅନୁସାରେ, କେସିଆର ତେଲେଙ୍ଗାନା ନିର୍ବାଚନକୁ ନେଇ ଏକ ସଭା କରିବାକୁ ଏହି ହେଲିକପ୍ଟରରେ ଦେବରାକାଦରା ଯାଉଥିଲେ। ହେଲେ ଏଥିରେ ବୈଷୟିକ ତ୍ରୁଟି ଦେଖାଦେବାରୁ ବିମାନ କମ୍ପାନୀ ଆଉ ଏକ ହେଲିକପ୍ଟରର ବ୍ୟବସ୍ଥା କରିଥିଲା।

ବୈଷୟିକ ତ୍ରୁଟି ହେତୁ ହେଲିକପ୍ଟରକୁ ଉଡ଼ାଣ ଭରିବାର ୧୦ ମିନିଟ ପରେ ସିଏମ୍‌ଙ୍କ ଫାର୍ମହାଉସରେ ଅବତରଣ କରାଇବାକୁ ପଡ଼ିଥିଲା। ଏକ ଅଫିସିଆଲ ବିଜ୍ଞପ୍ତିରେ କୁହାଯାଇଛି ଯେ ପାଇଲଟଙ୍କ ସତର୍କତା ଯୋଗୁ ହଠାତ୍ ଦେଖାଦେଇଥିବା ବୈଷୟିକ ତ୍ରୁଟି ଚିହ୍ନଟ ହୋଇଥିଲା। ଏହାପରେ ପାଇଲଟ ହେଲିକପ୍ଟରକୁ ସିଏମ୍‌ଙ୍କ ଫାର୍ମହାଉସ ଆଡକୁ ନେଇ ନିରାପଦ ଲ୍ୟାଣ୍ଡ କରାଇଥିଲେ।

ପରେ ବିମାନ କମ୍ପାନୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦ୍ୱିତୀୟ ହେଲିକପ୍ଟରର ବ୍ୟବସ୍ଥା କରିଥିଲା। ତେବେ ଏହି ବିଳମ୍ବ ପରେ ମଧ୍ୟ କେସିଆର ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁସାରେ ଦିନର ନିର୍ବାଚନ କାର୍ଯ୍ୟକ୍ରମ ଜାରି ରଖିବେ। ସୂଚନାଯୋଗ୍ୟ, ରାଜ୍ୟର ୧୧୯ଟି ବିଧାନସଭା ଆସନ ପାଇଁ ନଭେମ୍ବର ୩୦ରେ ଭେଟ ହେବ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.