ବିଧାତା ଏ କି କଲା ! ‘ଅଜ୍ଞାତ ଭୂତ’ ବିରୋଧରେ ମାମଲା ରୁଜୁ ହେଲା

ghostଗୁଜୁରାଟ : ଭଗବାନ ଏବଂ ବିଭିନ୍ନ ପଶୁପକ୍ଷୀଙ୍କ ପରେ ବର୍ତ୍ତମାନ ଭୁତ ଉପରେ ମଧ୍ୟ ମାମଲା ରୁଜୁ କରାଯାଇଛି। ନିକଟରେ ଗୁଜୁରାଟର ବଡୋଦରା ଜିଲ୍ଲାରେ ଏକ ମହିଳା ଆତ୍ମହତ୍ଯା କରିବାକୁ ପ୍ରୟାସ କରିଥିଲେ। ଏହି ଘଟଣାରେ ’ଅଜ୍ଞାତ ଭୂତ’ ଉପରେ ପ୍ରାଥମିକ ଏତଲା ପୋଲିସ ନିକଟରେ ରୁଜୁ କରାଯାଇଛି। ସୂଚନା ଅନୁଯାୟୀ, ବଡୋଦରାର ପାଡ୍ରା ଅଞ୍ଚଳର ଚୋକାରୀ ଗ୍ରାମରେ ଏକ ବିବାହିତା ମହିଳା ନିଜ ଦେହରେ କିରୋସିନ ଢ଼ାଳି ଆତ୍ମହତ୍ଯା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କର ସମ୍ପର୍କୀୟ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ସମ୍ପୂର୍ଣ୍ଣ ଜଳିବାରୁ ରକ୍ଷା କରିଥିଲେ। ଏହାପରେ ତୁରନ୍ତ ତାଙ୍କୁ ସରକାରୀ ଏମଏସଜି ମେଡିକାଲରେ ଭର୍ତ୍ତି କରା ଯାଇଥିଲା।

ପୋଲିସ ତଦନ୍ତ ସମୟରେ ମହିଳା ଜଣଙ୍କ ଏକ ଅଦ୍ଭୁତ ବୟାନ ଦେଇଥିଲେ।  ସେ କହିଲେ ଭୂତର ନିର୍ଦ୍ଦେଶରେ ତାଙ୍କୁ ଏହି ଭଳି ପଦକ୍ଷେପ ଉଠାଇବାକୁ ପଡିଲା। ବୟାନ ଅନୁଯାୟୀ, ‘ଭୂତର କହିବାନୁଯାୟୀ ସେ ନିଜ ଶରୀରରେ କିରୋସିନ ଢ଼ାଳି ଦିଆସିଲ ଲଗେଇ ଦେଲେ’। ପୋଲିସ ନିଜ କର୍ତ୍ତବ୍ଯକୁ ପାଳନ କରି ଏହି ମାମଲାର ରୁଜୁ କରିଛି। ପୋଲିସ ଅଭିଯୋଗକାରୀଙ୍କ ନାମ ସ୍ଥାନରେ ’ଅଜ୍ଞାତ ଭୂତ’ ନାମରେ ଏତଲା କରିଛନ୍ତି।

Leave A Reply

Your email address will not be published.