୫୦ ବର୍ଷରେ ବି ପୂରା ଫିଟ୍‌ ଅଛନ୍ତି ରାହୁଲ ଗାନ୍ଧୀ, ୯ ସେକେଣ୍ଡରେ ମାରିଲେ ୧୩ ଥର ପୁଶଅପ୍‌

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ତାମିଲନାଡ଼ୁ ଗସ୍ତରେ ଅଛନ୍ତି। ସୋମବାର ରାହୁଲ କନ୍ୟାକୁମାରୀରେ ରୋଡ୍‌ ଶୋ’ କରିଥିଲେ। କିନ୍ତୁ ଏ ଅବସରରେ ସେ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ। କନ୍ୟାକୁମାରୀରେ ରାହୁଲ ଗାନ୍ଧୀ ଯୁବ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ। ଏହି ଗସ୍ତରେ ରାହୁଲ ଜଣେ ଛାତ୍ର ସହ ପୁଶ୍‌ଅପ୍‌ ମାରିଥିବା ଦେଖିବାକୁ ମିଳିଥିଲା।

ଗସ୍ତ ବେଳେ ରାହୁଲ ଗାନ୍ଧୀ ପିଲାଙ୍କ ସହ ମିଶି କିଛି ସମୟ ଆଲୋଚନା କରିଥିଲେ। ଏହା ପରେ ଜଣେ ଛାତ୍ର ରାହୁଲଙ୍କୁ ପୁଶ୍‌ଅପ୍‌ ମାରିବାକୁ କହିଥିଲେ। ରାହୁଲ ମଧ୍ୟ ଛାତ୍ରର ଅନୁରୋଧ ରକ୍ଷା କରି ମଞ୍ଚରେ ହିଁ ପୁଶଅପ୍‌ ମାରିଥିଲେ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।

ଭିଡିଓରେ ରାହୁଲ ୯ ସେକେଣ୍ଡରେ ନନ୍‌ ଷ୍ଟପ୍‌ ୧୩ ଥର ପୁଶଅପ୍‌ ମାରିଥିବା ଦେଖାଯାଇଛି। ରାହୁଲ ଗାନ୍ଧୀ ପୁଶଅପ୍‌ ମାରିବା ପରେ ଛାତ୍ରଙ୍କୁ ଗୋଟିଏ ହାତରେ ପୁଶଅପ୍‌ ମାରିବାକୁ କହିଥିଲେ। ଏହା ପରେ ନିଜେ ମଧ୍ୟ ଗୋଟିଏ ହାତରେ ପୁସଅପ୍‌ ମାରିଥିଲେ। ରାହୁଲ ଗାନ୍ଧୀ ଯେଉଁ ଛାତ୍ର ସହ ପୁଶଅପ୍‌ ଚ୍ୟାଲେଞ୍ଜ କରିଥିଲେ ସେ ଦଶମ ଶ୍ରେଣୀରେ ପଢ଼ନ୍ତି ଓ ତାଙ୍କ ନାଁ ମେରୋଲିନ୍‌ ଶୋନିଧା ବୋଲି ଜଣାଯାଇଛି।

ଗତ କିଛି ଦିନ ତଳେ କେରଳରେ ରାହୁଲ ଗାନ୍ଧୀ ମତ୍ସ୍ୟଜୀବୀଙ୍କ ସହ ସମୁଦ୍ରକୁ ଯାଇଥିଲେ। ସେଠାରେ ସେ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। କେବଳ ଏତିକି ନୁହେଁ, ସେ ସମୁଦ୍ରକୁ ମଧ୍ୟ ଯାଇଥିଲେ ଓ ସେଠାରେ ପହଁରିଥିଲେ। ଏ ଅବସରରେ ତାଙ୍କ ଫଟୋ ଭାଇରାଲ ହୋଇଥିଲା। ଯେଉଁଥିରେ ରାହୁଲ ଗାନ୍ଧୀଙ୍କ ୬ ପ୍ୟାକ୍‌ ନଜର ଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.