ମୋଦିଙ୍କ ‘ହର୍‌ ଘର ତ୍ରିରଙ୍ଗା’ ଅଭିଯାନର ଜବାବରେ କଂଗ୍ରେସ ଲଗାଇଲା ନେହରୁଙ୍କ ଫଟୋ, RSS କୁ କଲା କଡ଼ା ସମାଲୋଚନା

ସ୍ୱାଧୀନତାର ଅମୃତ ମହୋତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ ମିଡିଆର ପ୍ରୋଫାଇଲ ପିକ୍‌ଚରରେ ତ୍ରିରଙ୍ଗା ଲଗାଇବା ପରେ କଂଗ୍ରେସ ଏହି ଅଭିଯାନର ଜବାବରେ ଏବେ ଏକ ନୂଆ ଅଭିଯାନ ଆରମ୍ଭ କରିଛି। କଂଗ୍ରେସ ପାର୍ଟି ଅଗଷ୍ଟ୧୫ ପୂର୍ବରୁ ହାତରେ ତ୍ରିରଙ୍ଗା ଧରିଥିବା ଜବାହରଲାଲ ନେହରୁଙ୍କ ଫଟୋକୁ ନିଜ ଡିପିରେ ଲଗାଇବା ଆରମ୍ଭ କରିଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ନିଜ ପ୍ରୋଫାଇଲ ପିକ୍‌ଚରକୁ ବଦଳାଇ ଜବାହରଲାଲ ନେହରୁଙ୍କ ଫଟୋ ଲଗାଇ ଏହି ଅଭିଯାନ ଆରମ୍ଭ କରିଛନ୍ତି। ସେହିପରି ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନ୍ୟ ନେତା ମଧ୍ୟ ନିଜ ଡିପି ବଦଳାଇଛନ୍ତି।

ଜୟରାମ ରମେଶ ଆରଏସ୍‌ଏସ୍‌କୁ ଟାର୍ଗେଟ କରି କହିଛନ୍ତି, ୧୯୨୯ରେ ଲାହୋର ଅଧିବେଶନରେ ରାବୀ ନଦୀର କୂଳରେ ପତାକା ଉତ୍ତୋଳନ କରି ପଣ୍ଡିତ ନେହରୁ କହିଥିଲେ, ପୁଣିଥରେ ଆପଣଙ୍କୁ ମନେ ରଖିବାକୁ ହେବ ଯେ ପତାକାକୁ ଉଡ଼ାଯାଇଛି। ଯେବେ ଯାଏଁ ଜଣେ ବି ହିନ୍ଦୁସ୍ତାନୀ ପୁରୁଷ, ମହିଳା ଓ ପିଲା ବଞ୍ଚିଛନ୍ତି, ଏହି ତ୍ରିରଙ୍ଗା ନଇଁବା କଥା ନୁହେଁ। ଦେଶବାସୀ ସେମିତି ହିଁ କରିଛନ୍ତି।

ଆମେ ହାତରେ ତ୍ରିରଙ୍ଗା ଧରିଥିବା ନେତା ନେହରୁଙ୍କ ଡିପି ଲଗାଉଛୁ। କିନ୍ତୁ ଲାଗୁଛି ପ୍ରଧାନମନ୍ତ୍ରୀଙ୍କ ସନ୍ଦେଶ ତାଙ୍କ ପରିବାର ଯାଏଁ ହିଁ ପହଞ୍ଚିନାହିଁ। ଯିଏ ୫୨ ବର୍ଷ ଯାଏଁ ନାଗପୁରରେ ନିଜ ହେଡ୍‌ କ୍ୱାର୍ଟରରେ ପତାକା ଉଡ଼ାଇନାହାନ୍ତି, ସେ କ’ଣ ପ୍ରଧାନମନ୍ତ୍ରୀଙ୍କ କଥା ମାନିବେ?

ମୋଦି କରିଛନ୍ତି ଅପିଲ:

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଦେଶବାସୀଙ୍କୁ ୨ ଅଗଷ୍ଟରୁ ୧୫ ଅଗଷ୍ଟ ଯାଏଁ ନିଜ ଘରେ ଜାତୀୟ ପତାକା ଲଗାଇବାକୁ କିମ୍ବା ତ୍ରିରଙ୍ଗାକୁ ନିଜ ସୋସିଆଲ ମିଡିଆରେ ପ୍ରୋଫାଇଲ ଫଟୋ ରଖିବାକୁ ଅପିଲ କରିଥିଲେ। ହର ଘର ତ୍ରିରଙ୍ଗା ଅଭିଯାନରେ ମୋଦି ତ୍ରିରଙ୍ଗାକୁ ସମ୍ମାନ କରିବାକୁ ଏହି ଆହ୍ଵାନ କରିଥିଲେ। ଏହି ଅଭିଯାନ ଜାତୀୟ ପତାକା ପ୍ରତି ସମ୍ମାନ ଓ ସମର୍ପଣର ଏକ ଅଭିଯାନ, ଯାହା ପୂରା ଦେଶରେ ୧୧ରୁ ୧୭ ଅଗଷ୍ଟ ଯାଏଁ ପାଳିତ ହେବ। ମୁଖ୍ୟ ଅଭିଯାନ ୧୩ରୁ ୧୫ ଅଗଷ୍ଟ ଯାଏଁ ଆୟୋଜିତ ହେବ। ଏଥିରେ ସମସ୍ତ ନାଗରିକ ନିଜ ଘରେ ପତାକା ଲଗାଇବେ।

Also Read: ତ୍ରିରଙ୍ଗା ବାଇକ୍‌ ର‍୍ୟାଲିରେ ଫୁଲ୍‌ ଜୋସ୍‌ରେ ନଜର ଆସିଲେ ବିଜେପି ମନ୍ତ୍ରୀ ଓ ସାଂସଦ, କିନ୍ତୁ ଯୋଗ ଦେଲେନି ଜଣେ ବି ବିରୋଧୀ ଦଳ ନେତା; ଦେଖନ୍ତୁ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.