ପ୍ରେମ ଆଗରେ ହାର ମାନିଲା ରୁଷ- ୟୁକ୍ରେନ ଯୁଦ୍ଧ ସ୍ଥିତି, ପ୍ରେମିକକୁ ଭେଟିବାକୁ ସାତ ସମୁଦ୍ର ପାର କରି ଆସିଲେ ପ୍ରେମିକା

କୁହାଯାଏ ପ୍ରେମ ଶାଶ୍ୱତ ଓ ଚିରନ୍ତନ ।  ପ୍ରେମ କେମିତି, କାହା ସହିତ, କେଉଁ ପରିସ୍ଥିତିରେ ହେବ ତାହା ହୁଏତ କେହି କହିପାରିବେ ନାହିଁ ।  ପ୍ରେମ ଏମିତି ଏକ ଜିନିଷ ଯାହା କୌଣସି ଦେଶର ସୀମା, ଯୁଦ୍ଧର ଭୟଙ୍କର ସ୍ଥିତି, ଶତ୍ରୁ ପକ୍ଷର କଟାକ୍ଷ ନଜର ଆଦିକୁ ମଧ୍ୟ ମାନେ ନାହିଁ ।  ନିଜ ପ୍ରେମକୁ ପାଇବା ପାଇଁ ପ୍ରେମୀ ଟିଏ ସାତ ସମୁଦ୍ର ତେର ନଈ ବି ପାର କରିଯାଏ ।  ଆପଣ ମାନେ ହୁଏତ ମନେ ମନେ ଭାବୁଥିବେ ଏହି କଥା ଗୁଡିକ କେବଳ କାହାଣୀରେ ହିଁ ସୀମିତ ହୋଇ ରହିଯାଇଛି ।  ନଚେତ ଆମେ ଫିଲ୍ମରେ ହିଁ ଦେଖିଥିବୁ ।  ବାସ୍ତବ ଜୀବନରେ ସତରେ କଣ ଏମିତି ସବୁ ଘଟଣା ଘଟେ ।  ହଁ ଆଜ୍ଞା ଏମିତି ଘଟଣା ପ୍ରକୃତରେ ଘଟେ, ଘଟୁଛି, ଘଟୁଥିବ ।  ଏଇ କିଛି ଦିନ ତଳେ ହିଁ ଏମିତି ଘଟଣା ସାମ୍ନାକୁ ଆସିଛି ।  ଯେଉଁ ପ୍ରେମର ପରିଣାମ ଏତେ ସୁନ୍ଦର ରହିଛିଯେ ଯିଏ ଶୁଣୁଛନ୍ତି ସିଏ କହୁଛନ୍ତି ଏମିତି ଭଲ ପାଇବା ହୁଏତ ଭାଗ୍ୟରେ ଥିଲେ ମିଳେ ।  ଆସନ୍ତୁ ତେବେ ଏହି ଶାଶ୍ୱତ ପ୍ରେମ କାହାଣୀ ବିଷୟରେ ଟିକେ ଜାଣିବା ।  ପ୍ରେମ ସମ୍ପର୍କଟି ହେଉଛି ଦିଲ୍ଲୀ ହାଇକୋର୍ଟର ଓକିଲ ୩୩ ବର୍ଷୀୟ ଅନୁଭବ ଭାସିନ ଓ ୟୁକ୍ରେନିଆନ ବାସିନ୍ଦା ୩୦ ବର୍ଷୀୟା ଆନା ହୋରୋଡେଟସାଙ୍କ ମଧ୍ୟରେ ।  ଏହା ତ ସମସ୍ତଙ୍କୁ ଜଣାଯେ ପ୍ରାୟ ଏକ ମାସ ହେବ ରୁଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ସ୍ଥିତି ଲାଗି ରହିଆସିଛି ।  ୟୁକ୍ରେନର ଅଧିକାଂଶ ସହରକୁ ରୁଷ ଏଭିତରେ ଧ୍ୱସ୍ତବିଧ୍ୱସ୍ତ କରିସାରିଲାଣି ।  କିନ୍ତୁ ଏମିତି ଏକ ଭୟାନକ ପରିସ୍ଥିତି ଦେଇ ମଧ୍ୟ ୟୁକ୍ରେନରେ ଥିବା ପ୍ରେମିକା ଟିଏ ତା ପ୍ରେମିକ ନିକଟକୁ ଫେରି ଆସିପାରିଛି ।

ୟୁକ୍ରେନରେ ରୁଷର ଆକ୍ରମଣ ଲାଗି ରହିଥିବାବେଳେ ସେଠାକାର ରାଜଧାନୀ କ୍ୱିଭର ଏକ ବଙ୍କର ଭିତରେ ଆଶ୍ରୟ ନେବା ସମୟରେ ଆନ୍ନା, ଅନୁଭବଙ୍କୁ ସମସ୍ତ ଘଟଣା ବାବଦରେ ଫୋନ ଯୋଗେ କହିଥିଲେ ।  କିନ୍ତୁ ଆନ୍ନାଙ୍କ ଠାରୁ ସମସ୍ତ ଘଟଣା ଶୁଣିବା ପରେ ଅନୁଭବ ତାଙ୍କୁ ସେହିଠାରେ ହିଁ ସୁରକ୍ଷିତ ଭାବେ ରହିବାକୁ ପରାମର୍ଶ ଦେଇଥିଲେ ।  କିନ୍ତୁ ଅନୁଭବଙ୍କ କଥା ଆଦୌ ଶୁଣିବାକୁ ରାଜି ନଥିଲେ ଆନ୍ନା ।  ତାଙ୍କ ଜିଦ ଥିଲାକି ଯେମିତି ବି ହେଉ ସେ ଯେମିତି ସ୍ଵଦେଶ ଫେରିଆସିବେ ।  ଆନ୍ନାଙ୍କ କହିବା ଅନୁଯାୟୀ ଭାରତ ଅଭିମୁଖେ ଆସିବା ସମୟରେ ତାଙ୍କୁ ମୁଖ୍ୟତଃ ୩ଟି ପ୍ରତିକୂଳ ଅବସ୍ଥା ଦେଇ ଗତି କରିବାକୁ ପଡିଥିଲା ।  ସେ ଭିତରୁ ପ୍ରଥମଟି ହେଉଛି ଅନୁବଭ ତାଙ୍କୁ କ୍ୱିଭ ନଛାଡିବାକୁ କହିଥିଲେ ।  ଆଉ ଦ୍ଵିତୀୟଟି ହେଉଛି ସେ ଟ୍ରେନ ଯୋଗେ ଆସିବାକୁ କହିଥିଲେ କିନ୍ତୁ ଆନ୍ନା ରାଜି ନଥିଲେ ।  ଆଉ ଶେଷରେ ଯେବେ ସେ ମୋତେ ବଙ୍କରରେ ରହିବାକୁ ପରାମର୍ଶ ଦେଇଥିଲେ ଆମ ଭିତରେ କିଂଚିତ ସଂଘର୍ଷମୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।  ଆଉ ସେ ସମୟରେ ଆନ୍ନା, ଅନୁଭବଙ୍କୁ ଚ୍ୟାଲେଞ୍ଜ ଦେଇ କହିଥିଲେକି ଯେମିତି ବି ହେଉ ସେ ନିଶ୍ଚିତ ରୂପେ ଭାରତ ଫେରିବେ ।  ଆନ୍ନା ତ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଖାତିର ନକରି ଭାରତ ଫେରିଲେ ।

ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ବି ଆନ୍ନାଙ୍କୁ ଅଟକାଇ ପାରିନଥିଲା । ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆନ୍ନାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।  ଖାଲି ସେତିକି ନୁହେଁ ଚାରିଆଡେ ଢ଼ୋଲ ବାଜିବା ସହିତ ନିଜେ ଆଣ୍ଠୁ ମାଡି ବସି ଅନୁଭବ ଏକ ରିଙ୍ଗ ଦେଇ ଆନାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଅନୁଭବ ।  କେବଳ ଅନୁଭବ ନୁହନ୍ତି ତାଙ୍କ ମା’ମଧ୍ୟ ଆନ୍ନାଙ୍କ ଭବ୍ୟ ସ୍ୱାଗତ କରିଥିଲେ ।  ଏବେ ଆସନ୍ତୁ ଜାଣିବା ଆନ୍ନାଓ ଅନୁଭବଙ୍କ ମଧ୍ୟରେ ପ୍ରଥମ ଭେଟ କେବେ ଓ କେମିତି ହୋଇଥିଲା ।  ୨୦୧୯ ମସିହାରେ କ୍ୱିଭ ଠାରେ ଆନ୍ନା ଏକ ପ୍ରାଇଭେଟ କଂପାନିରେ କାମ କରୁଥିବା ସମୟରେ ଛୁଟିରେ ସେ ଭାରତ ବୁଲିବାକୁ ଆସିଥିଲେ ।  ଏହି ସମୟରେ ତାଙ୍କର ଅନେକ ସାଙ୍ଗଙ୍କ ସହ ଭେଟ ହୋଇଥିଲା ।  ହ୍ଵାଟ୍ସଆପରେ ସେମାନଙ୍କ ସହ କଥାବାର୍ତ୍ତା ବି ହୋଇଥିଲା ।  ଆଉ ସେହି ସାଙ୍ଗ ମାନଙ୍କ ମଧ୍ୟରେ ଜଣେ ଥିଲେ ଅନୁଭବ ।  ପରବର୍ଷ ଦେଶରେ କୋଭିଡ କଟକଣା ଜାରି ହୋଇଥିବା ବେଳେ ସେ ରାଜସ୍ଥାନ ଫେରି ଆସିଥିଲେ ।  ଲକ ଡାଉନ ସମୟରେ ଅନୁଭବ ଆନ୍ନଙ୍କର ଖୁବ ସହାୟତା କରିଥିଲେ ।  ଏହି ସମୟରେ ପରସ୍ପର ପରସ୍ପରର ଅଧିକ ନିକଟତର ହୋଇଥିଲେ ।

ଆଉ ଏହି ସମୟରେ ଦୁହିଁଙ୍କ ଭିତରେ ପ୍ରେମସମ୍ପର୍କ ଗଢି ଉଠିଥିଲା ।  ଏହା ପରେ ତିନି ରୁ ଚାରି ଥର ଦେଖାହେବା ପରେ ଦୁହିଁଙ୍କ ଭିତରେ ପ୍ରେମସମ୍ପର୍କ ଗଢି ଉଠିଥିଲା ।  ପରେ ଅନୁଭବଙ୍କ ମା’ ଅନୁଭବଙ୍କ ତରଫରୁ ଆନ୍ନାଙ୍କୁ ପ୍ରଥମେ ବିବାହ ପ୍ରସ୍ତାବ ଦେଇଥିଲେ । ଏହା ପରେ ସ୍ୱତନ୍ତ୍ର ବିବାହ ଆଇନ ସାହାଯ୍ୟରେ ଦୁହେଁ ଦୁହିଁଙ୍କ ସହ ବିବାହ କରିବେ ବୋଲି ସ୍ଥିର କରିଛନ୍ତି ।  ଆଉ ସବୁଠୁ ଆଶ୍ଚର୍ଯ୍ୟକର ହେଉଛି ଭାରତ ଆସିବା ସମୟରେ ଆନ୍ନା କେବଳ ମାତ୍ର ଏକ ପୋଷାକ ପିନ୍ଧିଥିବା ବେଳେ ତାଙ୍କ ସହ ଜେଜେ ମା’ଦେଇଥିବା ଏକ କଫି ମେକର ଟିଏ ହିଁ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.