ଭାଲେଣ୍ଟାଇନ୍‌ ଡେ’ରୁ କପଲ ନିଜକୁ ଚେନ୍‌ରେ ବାନ୍ଧି କରୁଥିଲେ ଏହି କାମ, ହେଲା ଦୟନୀୟ ଅବସ୍ଥା

ମହଙ୍ଗା ପଡ଼ିଲା ନିଜକୁ ଜଞ୍ଜିରରେ ବାନ୍ଧି ପ୍ରେମ କରିବା। ଶେଷରେ ଜଞ୍ଜିର କାଟି ଅଲଗା ହେଲେ ଏକାଠି ରହୁଥିବା କପଲ। ୟୁକ୍ରେନ୍‌ର ଏହି କପଲ ନିଜ ପ୍ରେମକୁ ପରୀକ୍ଷା କରିବା ପାଇଁ ଗତ ଭାଲେଣ୍ଟାଇନ୍‌ ଡେ’ରେ ପରସ୍ପର ସହ ଚେନ୍‌ରେ ବାନ୍ଧି ହୋଇଥିଲେ। ୧୨୩ ଦିନ ପରେ ଉଭୟେ ଚେନ୍‌ କାଟି ଅଲଗା ହୋଇଛନ୍ତି। କେବଳ ଅଲଗା ହୋଇନାହାନ୍ତି ତୁରନ୍ତ ଉଭୟଙ୍କର ବ୍ରେକ୍‌ଅପ୍‌ ମଧ୍ୟ ହୋଇଛି। ୨୯ ବର୍ଷୀୟା ଭିକ୍ଟୋରିଆ ଓ ୩୩ ବର୍ଷୀୟ ଆଲେକଜାଣ୍ଡର ଜଞ୍ଜିର କାଟିବା ପରେ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ଭିକ୍ଟୋରିଆ କହିଛନ୍ତି, ମୁଁ ସ୍ୱାଧୀନ ଭାବେ ବଞ୍ଚିବାକୁ ଚାହେଁ। ଶେଷରେ ମୁଁ ସ୍ୱାଧୀନ ହେଲି। ଏହି କପଲ ଯେଉଁ ଲୋକ ପାଖେ ଚେନ୍‌ ବାନ୍ଧିଥିଲେ, ତାଙ୍କ ପାଖକୁ ଯାଇ ଚେନ୍‌ କଟାଇଛନ୍ତି।

couple2
Image Credit: Reuters

ରିପୋର୍ଟ ମୁତାବକ, ଭିକ୍ଟୋରିଆ ଓ ଆଲେକଜାଣ୍ଡର ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କରେ ଥିଲେ ଓ ପରସ୍ପରକୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ବିବାହ ପୂର୍ବରୁ ସେମାନେ ପରସ୍ପର ସହ କେତେ କମ୍ଫଟେବଲ ଜାଣିବାକୁ ଚାହିଁଥିଲେ। ଏଣୁ ଗତ ଭାଲେଣ୍ଟାଇନ୍‌ ଡେ’ରେ ପରସ୍ପରର ସହମତିରେ ଭିକ୍ଟୋରିଆ ନିଜ ବାମ ହାତ ସହ ଆଲେକଜାଣ୍ଡରଙ୍କ ଡାହାଣ ହାତକୁ ଜଞ୍ଜିରରେ ବାନ୍ଧିଥିଲେ। ପ୍ରଥମେ ପ୍ରଥମେ ତ ସବୁ ଠିକ୍‌ ଥିଲା। କିନ୍ତୁ ପରେ ଧୀରେ ଧୀରେ ସେମାନଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ପାଟିତୁଣ୍ଡ ହେବାକୁ ଲାଗିଲା।

couple3
Image Credit: Reuters

ଆଲେକଜାଣ୍ଡର ପାର୍ଟସ ବ୍ୟବସାୟ କରୁଥିବାରୁ ଭିକ୍ଟୋରିଆଙ୍କୁ ବି ତାଙ୍କ ସହ ଯିବାକୁ ପଡ଼ୁଥିଲା। ଏଣୁ ଭିକ୍ଟୋରିଆ ନିଜ କାମ ଛାଡ଼ି ଦେଇଥିଲେ। ଅଧିକ ଅସୁବିଧା ହେଉଥିଲା ବାଥରୁମ୍‌ ଯିବା ବେଳେ। କାରଣ ଭିକ୍ଟୋରିଆ ମହିଳା ଟଏଲେଟ୍‌ ଯିବା ବେଳେ ଆଲେକଜାଣ୍ଡରଙ୍କୁ ବି ତାଙ୍କ ସହ ଯିବାକୁ ପଡ଼ୁଥିଲା, ଯାହା ତାଙ୍କୁ ଜମାରୁ ବି ପସନ୍ଦ ନଥିଲା। ସେହିଭଳି ସକାଳୁ ଉଠି ଘଣ୍ଟା ଘଣ୍ଟା ମେକଅପ୍‌ କରିବା ବେଳେ ବି ଆଲେକଜାଣ୍ଡର ବିରକ୍ତ ହୋଇଯାଉଥିଲେ। ଉଭୟଙ୍କର ପ୍ରାଇଭେସୀ ବୋଲି କିଛି ନ ଥିଲା। ଏଣୁ ସେମାନେ ଜଞ୍ଜିର କାଟି ଅଲଗା ହୋଇଛନ୍ତି। ତେବେ ଏହି କପଲ ପରସ୍ପର ସହ ୧୨୩ ଦିନ ରହି ନିଜ ନାଁରେ ଏକ ବିରଳ ରେକର୍ଡ କରିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.