ଜାନୁଆରୀ ୨୬ ଦିଲ୍ଲୀ ହିଂସାର ଅଭିଯୁକ୍ତ ଦୀପ୍‌ ସିଦ୍ଧୁ ଗିରଫ, ତାଙ୍କ ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ପୋଲିସ୍

ନୂଆଦିଲ୍ଲୀ : ଜାନୁଆରୀ ୨୬ ଦିଲ୍ଲୀ ହିଂସାର ଅଭିଯୁକ୍ତ ଦୀପ୍‌ ସିଦ୍ଧୁ ଗିରଫ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଗିରଫ କରିଛି । ଦୀପ୍‌ ସିଦ୍ଧୁ ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ପୋଲିସ । ପଞ୍ଜାବୀ ଅଭିନେତା ହେଉଛନ୍ତି ଦୀପ୍‌ ସିଦ୍ଧୁ ।

ଦୀପ ସିଦ୍ଧୁ ହିଂସାକାଣ୍ଡର ମୁଖ୍ୟ ସୂତ୍ରଧର ବୋଲି କୁହାଯାଉଛି । ଦିଲ୍ଲୀ-ହରିଆଣା ବର୍ଡରରେ ସେପ୍ଟେମ୍ବର ୨୫ ତାରିଖରେ ଆନ୍ଦୋଳନରେ ସାମିଲ ହୋଇଥିଲେ ଦୀପ ସିଦ୍ଧୁ । ଦୀପ ସିଦ୍ଧୁଙ୍କୁ ସେତେବେଳେ କିଛି ଚାଷୀ ନେତା ବିରୋଧ ମଧ୍ୟ କରିଥିଲେ । ୨୬ ତାରିଖରେ ଦିଲ୍ଲୀ ହିଂସା ହେବା ପରେ ୨୭ ତାରିଖରୁ ଫେରାର ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.