Below header

ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରକୁ ୧୪କୋଟି ଟଙ୍କାର ସୁନା ଦାନ କଲେ ଦିଲ୍ଲୀର ଜଣେ ଶ୍ରଦ୍ଧାଳୁ, ନିଜ ପରିଚୟ ଗୋପନ ରଖିବାକୁ ଟ୍ରଷ୍ଟକୁ କଲେ ଅନୁରୋଧ

ମୁମ୍ବାଇ:  ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରକୁ ୩୫କିଗ୍ରା ସୁନା ଭେଟି। ଦିଲ୍ଲୀର ଜଣେ ଶ୍ରଦ୍ଧାଳୁ ମନ୍ଦିରକୁ ଏହି ସୁନା ଦାନ କରିଛନ୍ତି। ସୁନାର ଆନୁମାନିକ ଦର ପ୍ରାୟ ୧୪କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ସୁନାରେ ସିଦ୍ଧିବିନାୟକଙ୍କ ଆସ୍ଥାନ, ମନ୍ଦିରର କବାଟ, ବିଭିନ୍ନ ଖମ୍ବକୁ ସୁନାର ପ୍ରଲେପ ଦିଆଯାଇଛି। ଏହି ସଂପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବାକୁ ୬ମାସ ସମୟ ଲାଗିଛି। ପ୍ରଥମ ଥର ପାଇଁ ମନ୍ଦିର ବେଢା ସ୍ୱର୍ଣ୍ଣିମ ଆଚ୍ଛାଦିତ ହୋଇଛି। ମନ୍ଦିରର ନୂଆ ରୂପକୁ କୋଟି କୋଟି ଶ୍ରଦ୍ଧାଳୁ ପସନ୍ଦ କରିଥିବା କହିଛନ୍ତି ସିଦ୍ଧିବିନାୟ ଗଣପତି ଟେମ୍ପୁଲ ଟ୍ରଷ୍ଟ ଅଧ୍ୟକ୍ଷ ଆଦେଶ ବାନ୍ଦେକର। ତେବେ ଶ୍ରଦ୍ଧାଳୁ ଜଣକ ନିଜ ପରିଚୟ ଗୋପନ ରଖିବାକୁ ମନ୍ଦିର ଟ୍ରଷ୍ଟକୁ ଅନୁରୋଧ କରିଥିବା ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.