ପୁଣି ବଢ଼ିଲା ଦିଲ୍ଲୀରେ ବାୟୁ ପ୍ରଦୂଷଣ, ‘ଗ୍ରାପ୍‌-୩’ ଲାଗୁ

ଦିଲ୍ଲୀରେ ପୁଣି ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି। ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୦ ଅତିକ୍ରମ କରିଛି। ଏହା ଉପରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି CAQM ଦ୍ୱାରା ଦିଲ୍ଲୀ-ଏନସିଆରରେ ଗ୍ରାପ୍‌-୩ ଲାଗୁ କରି ଦିଆଯାଇଛି। ଏହା ସହିତ ଲୋକଙ୍କ ପାଇଁ ନୂଆ ପ୍ରତିବନ୍ଧକ ଲାଗୁ କରାଯାଇଛି।

ଦିଲ୍ଲୀରେ ପୁଣି ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି। ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୦ ଅତିକ୍ରମ କରିଛି। ଏହା ଉପରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି CAQM ଦ୍ୱାରା ଦିଲ୍ଲୀ-ଏନସିଆରରେ ଗ୍ରାପ୍‌-୩ ଲାଗୁ କରି ଦିଆଯାଇଛି। ଏହା ସହିତ ଦିଲ୍ଲୀ-ଏନସିଆର ଲୋକଙ୍କ ପାଇଁ ନୂଆ ପ୍ରତିବନ୍ଧକ ଲାଗୁ କରାଯାଇଛି।

ଆଜି ଅପରାହ୍ନ ୫ଟାରେ ଦିଲ୍ଲୀରେ ହାରାହାରି AQI ୪୧୩ ରେକର୍ଡ କରାଯାଇଛି। ମୋଟ ୩୫ଟି ଷ୍ଟେସନ ମଧ୍ୟରୁ ୨୫ଟି ଷ୍ଟେସନର AQI ୪୦୦ ଅତିକ୍ରମ କରିଛି ଅର୍ଥାତ୍‌ ଗମ୍ଭୀର ଶ୍ରେଣୀରେ ରେକର୍ଡ ହୋଇଛି।

ଗ୍ରାପ୍‌-୩ ଅଧୀନରେ ଦିଲ୍ଲୀ-ଏନସିଆରରେ ନିର୍ମାଣ ଏବଂ ଭାଙ୍ଗିବା ଉପରେ ପ୍ରତିବନ୍ଧକ ରହିବ। ରେଳ, ମେଟ୍ରୋ, ବିମାନବନ୍ଦର, ଆଇଏସ୍‌ବିଟି, ଜାତୀୟ ସୁରକ୍ଷା, ପ୍ରତିରକ୍ଷା, ଜାତୀୟ ମହତ୍ତ୍ୱ ପ୍ରକଳ୍ପଗୁଡିକୁ ବାଦ୍‌ ଦିଆଯିବ। ପ୍ରଦୂଷଣ ସୃଷ୍ଟି କରୁ ନ ଥିବା କାର୍ଯ୍ୟ ଯେପରି, ପାଇପ୍‌ କାମ, ଘର ଭିତର ସାଜସଜ୍ଜା, ବୈଦ୍ୟୁତିକ ଏବଂ କାଠ କାମ ଆଦି କରିହେବ। କିନ୍ତୁ ଇଟା ଭାଟ୍ଟି, ହଟ୍‌ ମିକ୍ସ ପ୍ଲାଣ୍ଟ୍‌, ପଥର କ୍ରସର୍ କାର୍ଯ୍ୟ କରାଯିବ ନାହିଁ।

ରାଜ୍ୟ ସରକାର ବିଏସ୍‌-୩ ପେଟ୍ରୋଲ ଏବଂ ବିଏସ୍‌-୪ ଡିଜେଲ କାରଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇପାରନ୍ତି। ଯେଉଁ ଶିଳ୍ପ କ୍ଷେତ୍ରରେ ପିଏନ୍‌ଜି ଭିତ୍ତିଭୂମି ଏବଂ ଯୋଗାଣ ନାହିଁ, ସେଠାରେ ସ୍ୱୀକୃତ ଇନ୍ଧନ ବ୍ୟବହାର କରୁ ନ ଥିବା ଉଦ୍ଦ୍ୟୋଗ ସପ୍ତାହରେ କେବଳ ପାଞ୍ଚ ଦିନ କାର୍ଯ୍ୟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.