ଆରବ ସାଗରରେ ବାତ୍ୟା: ଆସନ୍ତା ୬ ଘଣ୍ଟାରେ ହେବ ଅଧିକ ଘନୀଭୂତ

ଆଗକୁ ବଢୁଛି ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ । ଏବେ ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପୂର୍ବ ଆରବ ସାଗରରେ କେନ୍ଦ୍ରୀଭୂତ ରହିଛି । ସମୁଦ୍ରରୁ ଅଧିକ ବଳ ଗୋଟାଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସିଭିଅର ସାଇକ୍ଲୋନିକ୍‌ ଷ୍ଟର୍ମ ବା ଭୀଷଣ ବାତ୍ୟାରେ ପରିଣତ ହେବ ।

ନୂଆଦିଲ୍ଲୀ : ଆରବ ସାଗରରେ ବାତ୍ୟା । ଆଗକୁ ବଢୁଛି ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ । ଏବେ ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପୂର୍ବ ଆରବ ସାଗରରେ କେନ୍ଦ୍ରୀଭୂତ ରହିଛି । ଆସନ୍ତା ୬ ଘଣ୍ଟାରେ ଏହା ଅଧିକ ଘନୀଭୂତ ହେବ । ଉତ୍ତର ଦିଗରେ ଗତି କରିବ ବିପର୍ଯ୍ୟୟ । ସମୁଦ୍ରରୁ ଅଧିକ ବଳ ଗୋଟାଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସିଭିଅର ସାଇକ୍ଲୋନିକ୍‌ ଷ୍ଟର୍ମ ବା ଭୀଷଣ ବାତ୍ୟାରେ ପରିଣତ ହେବ ।

ପରବର୍ତ୍ତୀ ୨୪ ଘଣ୍ଟାରେ ହେବ ଅତି ଭୀଷଣ ବାତ୍ୟା । ଏବେ ଗୋଆ ଉପକୂଳରୁ ୬୦୦ କିଲୋମିଟର ପଶ୍ଚିମ ଦକ୍ଷିଣ ପଶ୍ଚିମ, ମୁମ୍ବାଇ ଉପକୂଳରୁ ୧୦୨୦ କିଲୋମିଟର ଦକ୍ଷିଣ ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି ବାତ୍ୟା ବିପର୍ଯ୍ୟୟ । ତେବେ ଏହା କେଉଁଠି ଉପକୂଳ ଛୁଇଁବ ସେନେଇ କୌଣସି ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ ବିଭାଗ । ଏହାର ପ୍ରଭାବରେ ଆଜିଠାରୁ ପୂର୍ବକେନ୍ଦ୍ରୀୟ ଆରବ ସାଗର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ଓ ଦକ୍ଷିଣ ପୂର୍ବ ଆରବ ସାଗରରେ ପବନର ବେଗ ରହିବ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ଓ ବଢ଼ି ଶହେ କିଲୋମିଟର ଛୁଇଁପାରେ । ସନ୍ଧ୍ୟା ସୁଦ୍ଧା ପବନର ବେଗ ରହିବ ୧୦୫-୧୨୫ କିଲୋମିଟର ରହିପାରେ । ଅତି ଭୀଷଣ ବାତ୍ୟା ପରେ ପବନର ସର୍ବାଧିକ ବେଗ ୧୪୫ରୁ ୧୫୫ ଓ ଏହା ବଢ଼ି ୧୭୦ କିଲୋମିଟର ବି ଛୁଇଁବା ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ୧୧ ତାରିଖ ଯାଏ ଆରବ ସାଗରକୁ ଯିବାକୁ ବାରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.