ଝାଡ଼ଖଣ୍ଡରେ ଗାଡ଼ି ଧକ୍କାରେ ବିଚାରପତିଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍‌ସ, ସିସିଟିଭି ଫୁଟେଜ୍‌ରୁ ବଢିଲା ହତ୍ୟା ସନ୍ଦେହ

ନୂଆଦିଲ୍ଲୀ : ଦୁର୍ଘଟଣା ନା ହତ୍ୟା। ଝାଡ଼ଖଣ୍ଡ ବିଚାରପତି ଉତ୍ତମ ଆନନ୍ଦଙ୍କ ମୃତ୍ୟୁକୁ ନେଇ ସସପେନ୍ସ। ମର୍ଣ୍ଣିଂ ଓ୍ଵାକରେ ବାହାରିଥିଲେ ଧନବାଦ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ଉତ୍ତମ ଆନନ୍ଦ । ପ୍ରଥମେ ଏହା ଦୁର୍ଘଟଣାଜନିତ ମୃତ୍ୟୁ କୁହାଯାଉଥିଲା। କିନ୍ତୁ ଘଟଣାର ସିସିଟିଭି ଫୁଟେଜ ଆସିବା ପରେ ଏହା ହତ୍ୟା ବୋଲି ସନ୍ଦେହ କରାଯାଉଛି। ସିସି ଫୁଟେଜ୍‌ରୁ ଜଣାପଡୁଛି ଉତ୍ତମ ଆନନ୍ଦ ରାସ୍ତା କଡରେ ଚାଲୁଥିବା ବେଳେ ଜାଣିଶୁଣି ଗାଡ଼ିଚାଳକ ତାଙ୍କୁ ଧକ୍କା ଦେଇଥିଲା। ଏହାପରେ ଗାଡି ଆଗକୁ ମାଡି ଚାଲିଥିଲା। ସିସି ଟିଭି ଫୁଟେଜରୁ କଏଦ ହୋଇଥିବା ଏ ଦୃଶ୍ୟ ହତ୍ୟା ସନ୍ଦେହକୁ ଦୃଢ଼ିଭୂତ କରିଛି। ଉତ୍ତମ ଆନନ୍ଦ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରୁଥିଲେ । ଝରିଆ ବିଧାୟକ ସଞ୍ଜୀବ ସିଂଙ୍କ ସହାଯୋଗୀ ରଞ୍ଜୟ ସିଂ ହତ୍ୟା ମାମଲାର ଶୁଣାଣି କରୁଥିଲେ ଉତ୍ତମ ଆନନ୍ଦ। ଏହା ସହ କିଛି ଦିନ ତଳେ ସେ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟାର ଅମନ ସିଂ ଗ୍ୟାଙ୍ଗର ୨ଜଣ ସଦସ୍ୟଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ। ଉତ୍ତମ ଆନନ୍ଦ ରହୁଥିବା ବିଚାରପତି କଲୋନୀଠାରୁ ପ୍ରାୟ ୫୦୦ ମିଟର ଦୂରରେ ଘଟିଛି ଏହି ଦୁର୍ଘଟଣା।

judge dies

ତେବେ ଧନବାଦର ଜିଲ୍ଲା ଜଜ ଉତ୍ତମ ଆନନ୍ଦ ବୁଧବାର ସକାଳେ ମର୍ଣ୍ଣିଂୱାର୍କ ପାଇଁ ବାହାରିଥିଲେ । ସେହି ସମୟରେ ରଣଧୀର ବର୍ମୀ ଛକ ପାଖାପାଖି ଗୋଟିଏ ଅଟୋ ତାଙ୍କୁ ଧକ୍କା ଦେଇଥିଲା । ଧକ୍କାରେ ଜଜଙ୍କ ମୃତ୍ୟୁ ହୋଇଥିବା ଘଟଣା ସିସିଟିଭିରେ କଏଦ ହୋଇଛି । ତେବେ ଲାଗୁଛି ଯେ, ଅଟୋଟି ଜାଣିଶୁଣି ଜଜଙ୍କୁ ଧକ୍କା ମାରି ହତ୍ୟା କରିଛି । ଏନେଇ ପୋଲିସ ଘଟଣାର ଛାନଭିନ୍ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.