ଅହମ୍ମଦାବାଦ ସ୍ଥିତ ସାବରମତୀ ଆଶ୍ରମରେ ପହଞ୍ଚିବା ପରେ ପତ୍ନୀଙ୍କ ସହିତ ଚରଖା ଚଲାଇଲେ ଟ୍ରମ୍ପ, ଦେଖନ୍ତୁ ଭିଡିଓ

ଅହମ୍ମଦାବାଦ: ଟ୍ରମ୍ପଙ୍କ ଭାରତ ଗସ୍ତ ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ଟ୍ରମ୍ପ ଅହମ୍ମଦାବାଦ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରଥିଲେ ଶହ ଶହ କଳାକାର । ଏୟାରପୋର୍ଟରୁ ଆରମ୍ଭ ହୋଇଥିଲା ରୋଡ୍‌ ସୋ । ରାସ୍ତାର ଦୁଇ ପାର୍ଶ୍ୱରେ ରହି ସ୍ୱାଗତ କରିଥିଲେ ଲକ୍ଷ ଲକ୍ଷ ଲୋକ ।  ଦିନ ୧୨ଟା ୧୫ରେ ଟ୍ରମ୍ପ ଅହମ୍ମଦାବାଦ ସ୍ଥିତ ସାବରମତୀ ଆଶ୍ରମରେ ପହଞ୍ଚିଥିଲେ। ଏହାପରେ ସେଠାରେଥିବା ଗାନ୍ଧୀଜୀଙ୍କ ଫଟୋରେ ମାଲ୍ୟାର୍ପଣ କରିବା ପରେ ପତ୍ନୀଙ୍କ ସହିତ ଚରଖା ଚଲାଇଥିଲେ ଟ୍ରମ୍ପ।

Leave A Reply

Your email address will not be published.