ରାଷ୍ଟ୍ରପତି ନିର୍ବାଚନ ସରିବାର ସପ୍ତାହେ ପରେ ଭୋଟ୍‌ ଅପିଲ କଲେ ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ, ସୋସିଆଲ ମିଡିଆରେ ଟ୍ରୋଲ କଲେ ଲୋକେ

ଆମେରିକା ରାଷ୍ଟ୍ରପତି ନିର୍ବାଚନର ସପ୍ତାହେ ପରେ ବାପାଙ୍କ ପାଇଁ ଭୋଟ ମାଗି ଲୋକହସାର ଶିକାର ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଏରିକ୍‌ ଟ୍ରମ୍ପ। ଏହି କାରଣରୁ ସୋସିଆଲ ମିଡିଆରେ ତାଙ୍କ ମଜାକ୍‌ ଉଡ଼ାଇଛନ୍ତି ୟୁଜର୍ସ। ମଙ୍ଗଳବାର ଦିନ ଏରିକ୍‌ ଭୋଟ୍‌ ଦେବାକୁ ଅପିଲ କରି ଟ୍ଵିଟ୍‌ କରିଥିଲେ ଓ ପରେ ଏହାକୁ ଡିଲିଟ୍‌ କରି ଦେଇଥିଲେ। ଏରିକ୍‌ ଟ୍ରମ୍ପ ମିନେସୋଟାରେ ଲୋକଙ୍କୁ ଘରୁ ବାହାରି ଭୋଟ୍‌ ଦେବାକୁ ଅପିଲ କରିଥିଲେ।

କିଛି ମିନିଟ୍‌ ପରେ ସେ ଟ୍ଵିଟ୍‌ ହଟାଇ ଦେଇଥିଲେ। କିନ୍ତୁ ସୋସିଆଲ ମିଡିଆରୁ କେହି କେବେ ବର୍ତ୍ତିପାରିବେ ନାହିଁ। ଖାସ୍‌କରି ସେ ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ହୋଇଥିବାରୁ ମାତ୍ର କିଛି ମିନିଟ୍‌ ଭିତରେ ତାଙ୍କ ଟ୍ଵିଟ୍‌ ଭାଇଇାଲ ହୋଇଛି। ଏହା ଭାଇରାଲ ହେବା ପରେ ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି।

ଆମେରିକାର ପୂର୍ବ ବାସ୍କେଟବଲ ପ୍ଲେୟର ରିକ୍ସ ଚେପ୍‌ମ୍ୟାନ୍‌ ଏହି ଟ୍ଵିଟ୍‌ର ସ୍କ୍ରିନ୍‌ ସଟ୍‌ ସେୟାର କରିଛନ୍ତି ଓ କହିଛନ୍ତି ସେ ଇଲେକସନ୍‌ ଡେ ବଦଳରେ ତା’ପର ସପ୍ତାହରେ ଟ୍ଵିଟ୍‌କୁ ସିଡ୍ୟୁଲ କରିଛନ୍ତି।

ଲୋକମାନେ ଏହାକୁ ଖୁବ୍‌ ଟ୍ରୋଲ କରିଛନ୍ତି। ଦେଖନ୍ତୁ କେତେକ ଟ୍ଵିଟ୍‌…

Leave A Reply

Your email address will not be published.