କର୍ଣ୍ଣାଟକ: ବନ୍ୟା ଦାଉରୁ ରକ୍ଷା ପାଇଁ ଘରର ଛାତ ଉପରେ ଚଢିଲା କୁମ୍ଭୀର, ଦେଖନ୍ତୁ ଭିଡିଓ
କର୍ଣ୍ଣାଟକ ବନ୍ୟାରେ କେବଳ ଜନଜବୀନ ପ୍ରଭାବିତ ହେଉଛି ତାହା ନୁହେଁ । ବହୁ ପଶୁପକ୍ଷୀ ବି ପ୍ରାଣ ହରାଇଛନ୍ତି । ଆଉ କିଛି ବଞ୍ଚିବାକୁ ସଂଘର୍ଷ କରୁଛନ୍ତି । ବେଲଗାଁଓରେ ବନ୍ୟାରୁ ବର୍ତ୍ତିବାକୁ ଗୋଟିଏ ବଡ କୁମ୍ଭୀର ଛାତ ଉପରକୁ ଚଢି ଯାଇଛି । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଚାରିଆଡେ ପାଣି ମାଡିଯିବାରୁ କୁମ୍ଭୀରଟି ପାଖରେ ଥିବା ଛାତକୁ ଚଢି ଯାଇଛି ।
#WATCH A crocodile lands on roof of a house in flood-affected Raybag taluk in Belgaum. #Karnataka (11.09.19) pic.twitter.com/R5GxaDRMDL
— ANI (@ANI) August 12, 2019
କର୍ଣ୍ଣାଟକ ବନ୍ୟାରେ ଏ ପର୍ଯ୍ୟନ୍ତ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।