ଅଧାବାଟରେ ଡ୍ରାଇଭରଙ୍କୁ ଆସିଲା ହାର୍ଟ ଆଟାକ, ଦିଗହରା ହୋଇ ତେଲଟାଙ୍କି ଦେଲା ଧକ୍କା
ଏମିତି ବି ଆସେ ମୃତ୍ୟୁ । ରାସ୍ତା ମଝିରେ ହଠାତ ଡ୍ରାଇଭରଙ୍କୁ ହେଲା ହାର୍ଟଆଟାକ। ଭାରସାମ୍ୟ ହରାଇ ତେଲ ଟାଙ୍କି ମଧ୍ୟକୁ ଚାଲିଗଲା ଗାଡି। ଯାହାଫଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ତେଲ ଟାଙ୍କିର ୨ କର୍ମଚାରୀ ଓ ଗ୍ରାହକ ଆହତ ହୋଇଛନ୍ତି। ଘଟଣା ଘଟିଛି ମଧ୍ୟପ୍ରଦେଶର ସାଗର ସହରର କେଣ୍ଟ ଅଞ୍ଚଳରେ। ସୂଚନା ମୁତାବକ ଗ୍ୟାସ ସିଲିଣ୍ଡର ବୋଝେଇ ଏକ ଟ୍ରକ ବାଇପାସରେ ଯାଉଥିବା ସମୟରେ ତେଲଟାଙ୍କି ନିକଟରେ ହଠାତ ଡ୍ରାଇଭରଙ୍କର ହାର୍ଟଆଟକ ହୋଇଥିଲା। ଯାହା ଫଳରେ ଗାଡିଟି ଭାରସାମ୍ୟ ହରାଇ ନିକଟରେ ଥିବା ପେଟ୍ରୋଲ ପମ୍ପ ଭିତରକୁ ଚାଲିଯାଇଥିଲା। ଯାହାଦ୍ୱାରା ଟ୍ରକଟି ତେଲ ଟଙ୍କିରେ ପିଟି ହୋଇଯାଇଥିଲା। ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ତେଲ ଟାଙ୍କିକୁ ତେଲ ପକାଇବା ପାଇଁ ଆସିଥିବା ୩ ଲୋକ ଆହାତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।