ନିଲାମ ହେବ ପ୍ରଧାନମନ୍ତ୍ରୀଙ୍କ ଉପହାର, ମିଳିବା ଟଙ୍କାକୁ ‘ନମାମି ଗଙ୍ଗା ମିଶନ’ରେ କରାଯିବ ବିନିଯୋଗ
ନୂଆଦିଲ୍ଲୀ : ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାରା ବିଶ୍ୱରେ ଯେତେପ୍ରକାର ଉପହାର ମିଳିଛି ତା’ର ନିଲାମି କରାଯିବ ବୋଲି କହିଛି । ଏହାର ଇ-ନିଲାମି କରାଯିବ । ଏଥିରୁ ଯେଉଁ ଅର୍ଥ ମିଳିବ ତାହା ନମାମି ଗଙ୍ଗେ ମିଶନକୁ ଦିଆଯିବ । ସ୍ମୃତି ଚିହ୍ନ ଭାବେ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସର ସ୍ପୋର୍ଟସ ଗିୟର ଓ ଉପକରଣ, ଅଯୋଧ୍ୟା ରାମ ମନ୍ଦିରର ପ୍ରତିକୃତି. ଚାରଧାମ, ରୁଦ୍ରାକ୍ଷ କନଭେନଶନ ସେଣ୍ଟର, ମଡେଲ, ମୂର୍ତ୍ତି, ପେଣ୍ଟିଂ ଅଙ୍ଗବସ୍ତ୍ର ଆଦିର ଇ ନିଲାମି କରାଯିବ । ବ୍ୟକ୍ତି ବା ସଙ୍ଗଠନ ୧୭ ସେପ୍ଟେମ୍ବରରୁ ୭ ଅକ୍ଟୋବର ମଧ୍ୟରେ ଇ-ନିଲାମିରେ ଭାଗ ନେଇପାରିବେ । ଏହାର ୱୋଇଟ ହେଲା ‘pmmementos.gov.in’ । ଏହି ଇ-ନିଲାମରୁ ପ୍ରାପ୍ତ ଟଙ୍କା ଗଙ୍ଗାର ସଂରକ୍ଷଣ ଏବଂ ନବୀକରଣ ଉଦ୍ଦେଶ୍ୟରେ ନାମାମି ଗଙ୍ଗ ମିଶନକୁ ଦିଆଯିବ ବୋଲି କୁହାଯାଉଛି ।
ଏହା ଅଧୀନରେ ମୋଦିଙ୍କ ଶାଲ , ପଗଡ଼ି ଏବଂ ଜ୍ୟାକେଟ ସମେତ ୨୭୦୦ ରୁ ଅଧିକ ସ୍ମାରକପତ୍ର ନିଲାମ କରାଯାଉଛି । ୨୦୦ ରୁ ୨.୫ ଲକ୍ଷ ଟଙ୍କା ମଧ୍ୟରେ ଥିବା ଏହି ଜିନିଷଗୁଡ଼ିକ ପାଇଁ ବିଭିନ୍ନ ରିଜର୍ଭ ମୂଲ୍ୟ ରଖାଯାଇଛି ବୋଲି ସଂସ୍କୃତି ମନ୍ତ୍ରୀ କହିଛନ୍ତି। ଆଗ୍ରହୀ ବ୍ୟକ୍ତିମାନେ ଏହି ଉପହାରଗୁଡ଼ିକୁ ନ୍ୟାସନାଲ ମ୍ୟୁଜିୟମ୍ ଅଫ୍ ମଡର୍ନ ଆର୍ଟ, ଜୟପୁର ଦିଲ୍ଲୀରେ ଦିନ ୧୧ ଟା ରୁ ରାତି ୮ ଯାଏ ୩ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ଦେଖିପାରିବେ।