ତାଇୱାନରେ ଶକ୍ତିଶାଳୀ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୩

ତାଇୱାନରେ ଭୂମିକମ୍ପ। ଦକ୍ଷିଣ ଚୀନ୍ ସାଗରରେ ଅବସ୍ଥିତ ଏହି ଛୋଟିଆ ଦ୍ୱୀପ ତାଇୱାନରେ ଭୟଙ୍କର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ମପାଯାଇଛି।

ତାଇୱାନରେ ଭୂମିକମ୍ପ। ଦକ୍ଷିଣ ଚୀନ୍ ସାଗରରେ ଅବସ୍ଥିତ ଏହି ଛୋଟିଆ ଦ୍ୱୀପ ତାଇୱାନରେ ଭୟଙ୍କର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ମପାଯାଇଛି। ଭୂମିର କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ।

ନ୍ୟୁଜ୍ ଏଜେନ୍ସି ରଏଟର୍ସ ମୁତାବକ, GFZ ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍‌ ଜିଓସାଇନ୍ସେସ୍‌ କହିଛି ଯେ ରବିବାର ସକାଳେ ତାଇୱାନରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିର ୧୦ କିଲୋମିଟର ଗଭୀରରେ ଥିଲା। ତେବେ ଏହି ଭୂମିକମ୍ପରେ ଏ ପର୍ଯ୍ୟନ୍ତ କୌଣସି ଧନଜୀବନ ହାନି ନେଇ ଖବର ଆସିନାହିଁ। ସତର୍କତା ଦୃଷ୍ଟିରୁ ଲୋକଙ୍କୁ ପୁରୁଣା ଅଟ୍ଟାଳିକାଠାରୁ ଦୂରରେ ରହିବାକୁ କୁହାଯାଇଛି।

ଏଥି ସହିତ ୪.୬ ତୀବ୍ରତାର ଆଉ ଏକ ଭୂମିକମ୍ପ ଝଟ୍‌କା ମଧ୍ୟ ରବିବାର ରେକର୍ଡ କରାଯାଇଥିବା ତାଇୱାନର ପାଣିପାଗ ବିଭାଗ କହିଛି। ତାଇୱାନର ପୂର୍ବ ଉପକୂଳରେ ଏହି କମ୍ପନ ଅନୁଭୂତ ହୋଇଥିଲା। ଏହି ଅଞ୍ଚଳର ଜନସଂଖ୍ୟା ବହୁତ କମ୍। ଭୂମିକମ୍ପର କେନ୍ଦ୍ରସ୍ଥଳ ତାଇୱାନର ତାଇତୁଙ୍ଗ କାଉଣ୍ଟି ଥିଲା। ତେବେ ରାଜଧାନୀ ତାଇପେରେ ଭୂମିକମ୍ପର ଝଟ୍‌କା ଅନୁଭବ କରାଯାଇ ନ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.