ରାସ୍ତାରେ ବୁଲୁଥିବା ହାତୀ ସାମ୍ନାକୁ ହଠାତ ଚାଲି ଆସିଲେ କ୍ଷୀର ବିକାଳୀ, ଦେଖନ୍ତୁ ତାପରେ କଣ ହେଲା?

ଲାକଡାଉନରେ ବର୍ତ୍ତମାନ ଅନେକ ସ୍ଥାନରେ ଜଙ୍ଗଲରୁ ପଶୁ-ପକ୍ଷୀ ବାହାରି ରାସ୍ତାରେ ବୁଲୁଛନ୍ତି। କେଉଁଠି ମୟୂର ନାଚୁଥିବାର ନଜର ଆସିଥିବା ବେଳେ କେଉଁଠି ନୀଳ ଗାଈ ଏବଂ ହରିଣ ବୁଲୁଥିବାର ଦେଖିବାକୁ ମିଳିଛି। ସହର ଓ ଗାଁରେ ପକ୍ଷୀଙ୍କ ରାବ ଶୁଣାଯିବା ସହ ପକ୍ଷୀମାନେ ଘରକୁ ମଧ୍ୟ ପହଞ୍ଚିବା ଆରମ୍ଭ କରିଛନ୍ତି। କେବଳ ଏତିକି ନୁହେଁ ଏଭଳି ସମୟରେ ପ୍ରଦୂଷଣର ମାତ୍ରା ମଧ୍ୟ କମ ହୋଇଛି। ସୂଚନା ମୁତାବକ ଏଭଳି ସ୍ଥିତିରେ ଏପରି ଏକ ଭିଡ଼ିଓ ସାମ୍ନାକୁ ଆସିଛି , ଯାହାକୁ ଦେଖି ଆପଣମାନେ ମଧ୍ୟ ଆଶ୍ଚର‌୍ୟ୍ୟ ହୋଇଯିବେ। ଟ୍ୱିଟ ଅନୁଯାୟୀ ଏହି ଭିଡ଼ିଓଟି ଡେରାଡୁନ ଅଞ୍ଚଳର। ଭିଡ଼ିଓରେ ହାତୀଟି ଡେରାଡୁନର ଏକ ଗଳିରେ ଯାଉଥିବାର ନଜର ଆସିଛି। ଏହିସମୟରେ ହାତୀ ସାମ୍ନାରେ ଜଣେ କ୍ଷୀର ବିକାଳୀ ଆସିଯାଇଛନ୍ତି। ଏକଥା ଶୁଣିବା ପରେ ନିଶ୍ଚିତ ଆପଣଙ୍କ ମନରେ ଭୟ ସୃଷ୍ଟି ହୋଇଥିବ। କିନ୍ତୁ ଏହାପରେ ସେଠାରେ କଣ ହେଲା ଏହି ଭିଡ଼ିଓ ଦେଖିଲା ପରେ ଆପଣମାନେ ଜାଣିପାରିବେ।


ଏହି ଭିଡ଼ିଓରେ ହାତୀଟି ରାସ୍ତାରେ ଅତି ଆନନ୍ଦରେ ଚାଲି ଯାଉଥିବା ସମୟରେ ଆଗରୁ ଏକ କ୍ଷୀର ବିକାଳୀ ଆସିଯାଇଥିଲେ। ଏହାପରେ କିଛି ସମୟ ପାଇଁ ହାତୀଟି କ୍ଷୀର ବିକାଳୀକୁ ଦେଖି ଅଟକି ଯାଇଥିଲା। କ୍ଷୀର ବିକାଳୀ ମଧ୍ୟ ହାତୀଟିକୁ ଦେଖି କିଛି କ୍ଷଣ ପାଇଁ ଅଟକି ଯାଇ ସେଠାରେ ବାଇକ ଫୋପାଡ଼ି ଚାଲିଯାଇଥିଲେ। କିନ୍ତୁ ହାତୀଟି କିଛି କ୍ଷତି ନକରି ନିଜ ରାସ୍ତାରେ ଚାଲିଯାଇଥିଲା।

ରିପୋର୍ଟ ଅନୁଯାୟୀ ଏହି ଭିଡ଼ିଓଟି ଆଇଏଫଏସ ଅଫିସର ବୈଭବ ସିଂହ ନିଜର ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.