ରାଷ୍ଟ୍ରପତି ଦେଶ ଛାଡ଼ିବା ପରେ ଶ୍ରୀଲଙ୍କାରେ ଜାରି ହେଲା ଜରୁରୀ ପରିସ୍ଥିତି

ଆଜି ଅର୍ଥାତ ବୁଧବାର ଭାରତର ରାଜଧାନୀ ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ରାଷ୍ଟ୍ରପତି ଗୋଟାଭାୟା ରାଜପକ୍ଷ ପଦରୁ ଇସ୍ତଫା ଦେଇ ଦେଶ ଛାଡି ଯିବା ପରେ ଦେଶରେ ଜରୁରୀ ପରିସ୍ଥିତି ଜାରି କରାଯାଇଥିବା ଜଣାଯାଇଛି । ଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟରୁ କିଛିଟା ନିସ୍ତାର ପାଇବା ପାଇଁ ଏପରି ପଦକ୍ଷେପ ନିଆଯାଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କ ଅଫିସରୁ ସୂଚନା ମିଳିଛି । ପୋଲିସ ପକ୍ଷରୁ କୁହାଯାଇଛିକି ରାଜଧାନୀ କଲମ୍ବୋ ସମେତ ଅନ୍ୟାନ ସହରରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ କର୍ଫ୍ୟୁ ଜାରି କରାଯଇଛି ।

ପୂର୍ବରୁ କିଛି ବିକ୍ଷୋଭକାରି ମାନେ ଉଭୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଅଫିସ ସାମ୍ନାରେ ଗଣ୍ଡଗୋଳ କରିବା ସହ ଉଭୟଙ୍କ ଇସ୍ତଫା ଦାବି କରୁଥିଲେ । ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ପୋଲିସ ପକ୍ଷରୁ ଲୁହ ବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରାଯାଇଥିଲା । ସୂଚନା ଦେଇରଖୁଛୁକି ରାଷ୍ଟ୍ରପତି ଗୋଟାଭାୟା ରାଜପକ୍ଷ ଏକ ମିଲିଟାରୀ ଏୟାରକ୍ରାଫଟ ଯୋଗେ ମାଳଦିବେସ ପଳାୟନ କରିଛନ୍ତି । ଆଉ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଶହ ଶହ ସଂଖ୍ୟାରେ ସେନାଧିକାରୀଙ୍କୁ ନିଯୁକ୍ତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.