Below header

କେଦାରନାଥରେ ସଂନ୍ଧ୍ୟା ଆଳତୀ ହେଲା ମହଙ୍ଗା, ଏବେ ଶ୍ରଦ୍ଧାଳଙ୍କୁ ଦେବାକୁ ପଡିବ ଅଧିକ ଶୁଳ୍କ

କେଦାରନାଥରେ ସଂନ୍ଧ୍ୟା ଆଳତୀରେ ସାମିଲ ହେବା ପାଇଁ ଶ୍ରଦ୍ଧାଳୁଙ୍କୁ ଏବେ ଦେବାକୁ ପଡିବ ଅଧିକ ଶୁଳ୍କ । ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ଏହି ଶୁଳ୍କ ବଢାଇ ଦେଇଛନ୍ତି । ପ୍ରଥମେ ଏହା ପ୍ରତି ବ୍ୟକ୍ତିଙ୍କ ପିଛା ୧୫୦୦ଟଙ୍କା ଥିଲା କିନ୍ତୁ କିନ୍ତୁ ବର୍ତ୍ତମାନ ଏହାକୁ ବଢାଇ ଦିଆଯାଇଛି । ଆପଣଙ୍କୁ ଏବେ ୨୫୦୦ ଟଙ୍କା ଦେବାକୁ ପଡିବ । କିନ୍ତୁ ରୁଦ୍ରାଭିଷେକ ସମେତ ଅନ୍ୟ ପୂଜାପାଠର ଶୁକ୍ଳ ଅପରିବର୍ତ୍ତିତ ରହିବ ।

Kedarnath godପ୍ରତିବର୍ଷ କେଦାରନାଥ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ବହୁତ ଶ୍ରଦ୍ଧାଳୁ ବିଭିନ୍ନ ପୂଜାରେ ସାମିଲ ହେଉଛନ୍ତି । ଏଥିପାଇଁ ମନ୍ଦିର ସମିତି ସେମାନଙ୍କ ଠାରୁ ଶୁଳ୍କ ନେଇଥାଏ । ମନ୍ଦିର ସମିତିର କାର୍ଯ୍ୟଧିକାରୀ ଏମପି ଜମଲୋକି କହିଛନ୍ତି କି, ଶୁଳ୍କ ବଢାଇବା ଏକ ସାମାନ୍ୟ ପ୍ରକ୍ରୀୟା । ଯାହା ପ୍ରତିବର୍ଷ କରାଯାଇଥାଏ । ସେ କହିଛନ୍ତି କି ଗତବର୍ଷ ଯାତ୍ରା ପାଇଁ ବହୁ ଉତ୍ସାହ ଥିଲା ଏବଂ ବହୁ ସଂଖ୍ୟାରେ ପୂଜା ପାଇଁ ଶ୍ରଦ୍ଧାଳୁ ମାନେ ଆବେଦନ କରିଥିଲେ। ହେଲେ ସମସ୍ତଙ୍କୁ ଏହାର ମୌକା ମିଳିପାରିନଥିଲା । କିନ୍ତୁ ଚଳିତ ବର୍ଷ ମନ୍ଦିର ସମିତି କିଛି ପରିବର୍ତ୍ତନ ଆଣିଛି । ଯାହାଫଳରେ ଅଧିକରୁ ଅଧିକ ଶ୍ରଦ୍ଧାଳୁ ଯେପରି ପୂଜାରେ ଭାଗ ନେଇପାରିବେ । ଏଥିପାଇଁ ବୁକିଙ୍ଗ୍ ଅନୁସାରେ ପୂଜା ସମୟ ଅପରାହ୍ନ ୨ଟାରୁ ସଂନ୍ଧ୍ୟା ୬ଟା ଭିତରେ ରଖାଯାଇଛି ।

kedarnathତେବେ ୬ଟାବେଳେ ସାଧାରର ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିରର କବାଟ ଖୋଲିଦିଆଯିବ । ଏହାଛଡା ପ୍ରଥମରୁ ବିଶେଷ ପୂଜାରେ ପରିବାରର ୫ଜଣ ସଦସ୍ଯ ଭାଗ ନେଇପାରୁଥିଲେ କିନ୍ତୁ ଏବେ ଏହାର ସଂଖ୍ଯା ୩ଜଣଙ୍କୁ କମାଇଦିଆଯାଇଛି । ସେ କହିଛନ୍ତି କି ମନ୍ଦିର ଭିତରେ ସ୍ଥାନ ଅଭାବ ଯୋଗୁଁ ଏହି ନିଷ୍ପତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.