Below header

ଏଠାରେ ସଧବା ହୋଇ ମଧ୍ୟ ତିନି ମାସ ଯାଏଁ ବିଧବା ଜୀବନ କାଟନ୍ତି ମହିଳା ,ଜାଣନ୍ତୁ କାରଣ

ଭାରତୀୟ ପରମ୍ପରାରେ ସ୍ବାମୀଙ୍କ ଦୀର୍ଘାୟୁ ପାଇଁ ଅନେକ ପ୍ରକାରର ବ୍ରତ ଉପବାସ କରାଯାଇଥାଏ । ଏପରିକି ସ୍ବାମୀଙ୍କ ସୁରକ୍ଷା ଏବଂ ମଙ୍ଗଳକାମନା ପାଇଁ ଅନେକ ନୀତି ନିୟମ ମଧ୍ୟ ରହିଛି। କିନ୍ତୁ ଭାରତର ଉତ୍ତରପ୍ରଦେଶରେ ଏପରି ଏକ ଗ୍ରାମ ରହିଛି ଯେଉଁଠାରେ ସ୍ବାମୀଙ୍କ ମଙ୍ଗଳ ପାଇଁ ସଧବା ମହିଳା ତିନି ମାସ ପର‌୍ୟ୍ୟନ୍ତ ବିଧବା ଭଳି ଜୀବନ ଜାପନ କରିଥାନ୍ତି। କଥାଟି ଶୁଣିବାକୁ ଆଶ୍ଚର‌୍ୟ୍ୟ ଲାଗୁଥିଲେ ମଧ୍ୟ ସତ।

widow

ଉତ୍ତରପ୍ରଦେଶର ଦବରୀୟାର ବେଲବାଡା ଜିଲ୍ଲାରେ ପ୍ରତି ବର୍ଷ ତିନି ମାସ ପାଇଁ ସାରା ଗାଁରେ ଶୋକାକୂଳ ପରିବେଶ ଦେଖାଦେଇଥାଏ। ସଧବା ମହିଳା ମଧ୍ୟ ନିଜ ସ୍ବାମୀଙ୍କ ଦେହାନ୍ତର ଦୁଃଖ ମନାଇଥାନ୍ତି। ଏପରିକି ସଂପୂର୍ଣ୍ଣ ଏକ ବିଧବା ଭଳି ଜୀବନ ବଞ୍ଚିଥାନ୍ତି।

women dance

କଣ ରହିଛି କାରଣ

ଏହି ଗ୍ରାମର ସମସ୍ତ ପୁରୁଷ ଗଛରୁ ତାଡି ବାହାର କରିବାର କାମ କରିଥାନ୍ତି। ଏଥିପାଇଁ ପୁରୁଷ ମାନଙ୍କୁ ୫୦ଫୁଟ ଉଚ୍ଚର ସଂପୂର୍ଣ୍ଣ ସିଧା ଗଛ ଉପରେ ଚଢ଼ି ସେଥିରୁ ତାଡି ବାହାର କରିବାକୁ ପଡିଥାଏ। ଗଛରେ ଚଢ଼ିବା ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ରହିନଥିବା ବେଳେ ଅନେକ ସମୟରେ ଗଛରୁ ପଡିବା ଭଳି ଅନେକ ଅଘଟଣ ଘଟିଥାଏ। ଏଣୁ ପୁରୁଷ ମାନେ ଯେତେବେଳେ ଏହି କାମ ପାଇଁ ବାହାରିଥାନ୍ତି ସେତେବେଳେ ତାଙ୍କ ସ୍ତ୍ରୀ ମାନେ ବିଧବାର ଜୀବନ ବିତାଇଥାନ୍ତି। ନିଜ କାମ ଶେଷ କରି ସ୍ବାମୀମାନେ ଗାଁକୁ ଫେରିଲେ ତାଙ୍କ ପତ୍ନୀ ଏବଂ ଗାଁ ବାସୀ ମିଶି ଖୁବ ଧୁମଧାମରେ ସ୍ବାଗତ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.