ବିଲ୍ଡିଂ ଭିତରେ ପଶିଗଲା F-16 ଫାଇଟର୍ ପ୍ଲେନ୍, ୧୨ ଆହତ

ଟ୍ରେନିଂ ସମୟରେ ନିୟନ୍ତ୍ରଣ ହରାଇ ବିଲଡିଂ ମଧ୍ୟରେ ପଶିଲା ଏଫ ୧୬ ଫାଇଟର୍ ଜେଟ୍ । ଘଟଣାଟି ହୋଇଛି ଅମେରିକାର କାର୍ଲିଫୋର୍ଣ୍ଣିଆରେ । ତେବେ ପାଇଲଟ୍ ଜଣକ ସୁରକ୍ଷିତ ଅଛନ୍ତି ।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଉଡୁଥିବା ସମୟରେ ହଠାତ୍ ଫାଇଟର୍ ପ୍ଲେନଟି ଏକ ଘରେ ପଶିଯାଇଥିଲା । ଏହା ସହ ଘରେ ଛୋଟ ଧରଣର ବିସ୍ଫୋରଣ ହୋଇଥିଲା । ଯାହାକୁ ନିୟମନ୍ତ୍ରଣ କରାଯାଇଥିଲା । ତେବେ ସେଠାରେ ଉପସ୍ଥିତ ୧୨ ଜଣ ଆହତ ହୋଇଛନ୍ତି । ଅନ୍ୟପଟେ ସଠିକ୍ ସମୟରେ ଘରର ଛାତ ଉପରକୁ ଡେଇଁ ପଡିବାରୁ ପାଇଲଟ୍ ଜଣକ ସୁରକ୍ଷିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.