ବିହାର: ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ! ଘର ଭୁଶୁଡ଼ି ୬ ମୃତ; ଭଗ୍ନାବଶେଷ ଭିତରେ ଚାପି ରହିଛନ୍ତି ଅନେକ ଲୋକ

ବିହାରର ଛପରା ଜିଲ୍ଲାରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ବାଣ କାରଖାନାରେ ବିସ୍ଫୋରଣ ପରେ ଏକ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିଲା। ତେବେ ବିଲ୍ଡିଂର ଭଗ୍ନାବଶେଷ ଭିତରେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।

ସ୍ଥାନୀୟ ଏସ୍‌ପି ସନ୍ତୋଷ କୁମାର କହିଛନ୍ତି, ଛପରାରେ ଭୟଙ୍କର ବିସ୍ଫୋରଣରେ ଏକ ଘର ଭୁଶୁଡ଼ି ପଡ଼ିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ଭଗ୍ନାବିଶେଷ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆମେ ବିସ୍ଫୋରଣର କାରଣ ଯାଞ୍ଚ କରୁଛୁ। ଫରେନ୍‌ସିକ ଟିମ୍‌ ଏବଂ ବୋମା ନିରୋଧକ ସ୍ୱାର୍ଡଙ୍କୁ ମଧ୍ୟ ଡକାଯାଇଛି।

ଚାଲିଥିଲା ବେଆଇନ ବାରୁଦ କାରବାର

ରିପୋର୍ଟ ମୁତାବକ, ଏହି ବାଣ କାରଖାନାରେ ବେଆଇନ ଭାବେ ବାରୁଦ କାରବାର ହେଉଥିଲା। କୁହାଯାଉଛି କି, ନିର୍ବାଚନ ସମୟରେ ଉତ୍ସବ ପାଳନ ପାଇଁ ଏହି କାରଖାନାରୁ ବାଣ ଯାଇଥାଏ। ସେହିପରି ବିବାହ ଉତ୍ସବରେ ମଧ୍ୟ ଏଠାରୁ ବାଣ ସପ୍ଲାଏ ହୋଇଥାଏ। ତେବେ ଏହି ମାମଲାରେ ପୋଲିସ ଏବେ ଛାନ୍‌ଭିନ୍‌ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.