Below header

ସାମ୍ନାକୁ ଆସିଲା ଚଣ୍ଡିଗଢର ପ୍ରଥମ କରୋନା ଭାଇରସ ମାମଲା, ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୧୭୩

ଭାରତରେ ନୋବେଲ କରୋନା ଭାଇରାସ ମାମଲାରେ ଚଣ୍ଡିଗଢରେ ଆଜି ୧୬୬ଟି ଘଟଣା ସାମ୍ନାକୁ ଆସିଛି। ଲଣ୍ଡନରୁ ଫେରିଥିବା ୨୩ ବର୍ଷିୟ ମହିଳା କରୋନା ଭାଇରସରେ ସଂକ୍ରମିତ ଥିବା ଜଣାପଡିଛି। ଯାହାଫଳରେ ସଂକ୍ରମଣଙ୍କ ସଂଖ୍ୟା ବଢି ୧୬୭ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଘାତକ କରୋନା ଭାଇରସ ଦେଶର ୧୮ଟି ରାଜ୍ୟରେ ପହଞ୍ଚିସାରିଛି। ଏଥିରେ ଦିଲତ୍ଲୀ, ପଞ୍ଜାବ, କେରଳ, ପଶ୍ଚିମ ବଙ୍ଗଳା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀର, ମହାରାଷ୍ଟ୍ର ଏବଂ ହରିୟାଣା ଭଳି ରାଜ୍ୟ ସାମିଲ ରହିଛି। ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ୧୪୨ ଜଣ ଭାରତୀୟଙ୍କ ମଧ୍ୟରେ କରୋନାରେ ସଂକ୍ରମଣ ଥିବା ଜଣାପଡିବା ବେଳେ ୨୫ ଜଣ ବିସେଦଶୀ ନାଗରିକଙ୍କ ପାଖରେ ଏହାର ଲକ୍ଷଣ ଦେଖିବାକୁ ମିଳିଛି।

coroeeମନ୍ତ୍ରାଳୟ କହିବାନୁଯାୟୀ ଏହା ମଧ୍ୟରେ କରୋନା ଭାଇରସରେ ସଂକ୍ରମଣ ଥିବା ୧୫ ଜଣଙ୍କୁ ଠିକ୍‌ କରାଯାଇଛି। ଏହାବ୍ୟତୀତ ଚିକିତ୍ସାଧୀନ ଅବସ୍ଥାରେ ମଧ୍ୟ ୩ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି। ଏହି ଭାଇରସର ପ୍ରକୋପ ବଢୁଥିବାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ମଧ୍ର ବିଶେଷ ସଚେତନତାର ପଦକ୍ଷେପ ନିଆଯାଇଛି। ସୂଚନା ମୁତାବକ ଭାଇରସ ସଂକ୍ରମଣ କାରଣରୁ ଦେଶରେ ୧୬୮ଟି ଟ୍ରେନ କ୍ୟାନସଲ କରାଯିବା ସହ ୨୦ ମାର୍ଚ୍ଚରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରଦ୍ଦ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.