ଅସ୍ତବ୍ୟସ୍ତ ଆସାମ, ଯୁଆଡେ ଚାହିଁବ ପାଣି ଆଉ ପାଣି

କେନ୍ୟୁଜ୍(ବ୍ୟୁରୋ): ଆସାମରେ ବନ୍ୟା ପରିସ୍ଥିତି ଥମିବାରେ ନାଁ ଧରୁନାହିଁ । ଯୁଆଡେ ଚାହିଁବ ପାଣି ଆଉ ପାଣି। ବ୍ରହ୍ମପୁତ୍ର ଓ ବାରାକ୍‌ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ହଜାର ହଜାର ଗାଁ ପାଣି ଘେରରେ ରହିଛି । ଗାଁରେ ଡଙ୍ଗା ଚାଲିଛି। ୩୨ ଜିଲ୍ଲାର ୫୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ବନ୍ୟାରେ ୧୦୧ ଜଣଙ୍କ ଜୀବନ ଗଲାଣି ।

ଗତ ୨୪ ଘଂଟାରେ ୧୨ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ୪ ଜଣ ଛୋଟ ପିଲା ଅଛନ୍ତି । ୯୯ ହଜାରରୁ ଅଧିକ ହେକ୍ଟର ଫସଲ ନଷ୍ଟ ହୋଇଛି । କାଚାର ଜିଲ୍ଲାର ସିଲ୍‌ଚର ସହର ପାଣିରେ ବୁଡ଼ି ରହିଛି। ଉଦ୍ଧାର କାର୍ଯ୍ୟରେ ସେନା ସମେତ ଏନଡିଆରଏଫ , ଏସଡିଆରଏଫ ଓ ଆସାମ ପୋଲିସର ଅଗ୍ନିଶମ ବିଭାଗ ନିୟୋଜିତ ରହିଛନ୍ତି ।ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ଏପଟେ ଆସାମକୁ ସମସ୍ତ ପ୍ରକାର କେନ୍ଦ୍ରୀୟ ସହାୟତା ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.