ପ୍ରବଳ ବର୍ଷାରେ ତିରୁପତି ତିରୁମାଲାରେ ପ୍ରକୃତିର ତାଣ୍ଡବ ରୂପ, ପାଣିରେ ଭାସିଲା ଗାଡି ମୋଟର

ଆନ୍ଧ୍ରପ୍ରଦେଶ: ପ୍ରବଳ ବର୍ଷାରେ ତିରୁପତି ତିରୁମାଲାରେ ପ୍ରକୃତିର ତାଣ୍ଡବ ରୂପ। ବଙ୍ଗୋପସାଗରରେ ଅବପାତ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ପରେ ଚିତ୍ତୋର ଜିଲ୍ଲାରେ ବର୍ଷାର କରାଳ ରୂପ ଦେଖିବାକୁ ମିଳିଛି। ପାହାଡ଼ ଉପରୁ ତୀବ୍ର ବେଗରେ ପାଣି ଆସି ରାସ୍ତାରେ ନଦୀର ଭ୍ରମ ସୃଷ୍ଟି କରିଥିଲା।

ପ୍ରବଳ ବର୍ଷାରେ ଭକ୍ତ ଓ ପର୍ଯ୍ୟଟକମାନେ ବିଭିନ୍ନ ସ୍ଥାନରେ ଫସି ରହିଥିଲେ। ପାହାଡ଼ରୁ ଖସୁଥିବା ପାଣିର ବେଗ ଏତେ ତୀବ୍ର ଥିଲା ଯେ, ପାହାଡ଼ ପାଦଦେଶରେ ଥିବା ଗାଡ଼ି ମଟର ମଧ୍ୟ ଭାସିବା ଦେଖାଯାଇଥିଲା। ରାସ୍ତାରେ ୩ଫୁଟ ଉପରେ ପାଣିପ୍ରବାହିତ ହେବାରୁ ଗମନାଗମନ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା।

flood

ଚିତ୍ତୋର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ଦିଆଯାଇଥିବା ବେଳେ ସମସ୍ତ ନଦୀରେ ବନ୍ୟା ଭଳି ପରିସ୍ଥିତି ଉପୁଜିଛି। ବଙ୍ଗୋପସାଗରର ଉତ୍ତର ତାମିଲ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପରେ ଥିବା ଅବପାତ କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୬ ଘଣ୍ଟାରେ ଏହା ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.