ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ୍ ସରିଫଙ୍କୁ ଜେଲ ଭିତରେ ଦିଆଯାଉଛି ବିଷ, ପୁଅ ଆଣିଲେ ସାଂଘାତିକ ଅଭିଯୋଗ

କେନ୍ୟୁଜ୍ (ବ୍ୟୁରୋ):  ଜେଲରେ ସଜା କାଟୁଥିବା  ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ  ନବାଜସରିଫଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି। ଏଥିପାଇଁ ତାଙ୍କୁ ଲାହୋର ସର୍ଭିସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠରେ ବର୍ତ୍ତାମାନ ମଧ୍ୟ ନବାଜଙ୍କର ଚିକିତ୍ସା ଚାଲୁ ରହିଛି। ତିନିଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ନବାଜ ୨୪ ଡିସେମ୍ବର ଠାରୁ ନବାଜ ଅଜିଜିଓ ଷ୍ଟିଲ ମିଲ୍ସ ମାମଲାରେ ଜେଲରେ ସଜା କାଟିଆସୁଛନ୍ତି। ହେଲେ ଗତ ସୋମବାର ଦିନ ତାଙ୍କ ଶରୀର ହଠାତ ଅସୁସ୍ଥ ହୋଇ ପଡିଲା। ଯେଉଁଥିପାଇଁ ତାଙ୍କୁ ଲାହୋର ହସ୍ପିଟାଲ ଭର୍ତ୍ତି କରାଯାଇଛି। ହସ୍ପିଟାଲ ତରଫରୁ କୁହାଯାଇଛି ଯେ ୬୪ ବର୍ଷିୟ ନବାଜଙ୍କର ବ୍ଲଡ ପ୍ଲାଟଲେଟ କମ ହୋଇଯିବା କାରଣରୁ ଅସୁସ୍ଥ ହୋଇପଡିଛନ୍ତି। ନାବାଜଙ୍କର ଘରୋଇ ଡାକ୍ତରଙ୍କ ଅଦନାନା ଖାନ ନବାଜଙ୍କୁ ରାଷ୍ଟ୍ରୀୟ ଜବାବ ଦେହୀ ଅଦାଲତରେ ଦେଖିସାରିବା ପରେ  ସେମବାର ଦିନ ଟ୍ବିଟ କରିଥିଲେ। ଏଥିରେ ଖାନ  କହିଛନ୍ତି ଯେ  ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫଙ୍କର ପ୍ଲାଟଲେଟ ସଂଖ୍ୟା ପୁରାମାତ୍ରାରେ କମିଯାଇଛି। ଏହା କେଉଁ ପ୍ରକାର  ରୋଗର କାରଣରୁ ହେଇଥାଇପାରେ । ଏଥିପାଇଁ ତାଙ୍କୁ ଏମରଜେନ୍ସି ଚିକିତ୍ସାର ଆମଶ୍ୟକତା  ରହିଛି।  ଖାନ ଏହା ମଧ୍ୟ  ଲେଖିଛନ୍ତି ଯେ ଏହି ସମ୍ବନ୍ଧରେ ସେ ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପନେବାକୁ କହିଛନ୍ତି।

ସେପଟେ ଲଣ୍ଡନରେ ଥିବା ନବାଜଙ୍କ ପୁଅ  ହୁସେନ ନବାଜ ଟ୍ବିଟ କରି କହିଛନ୍ତି ‘ତାଙ୍କ ବାପାଙ୍କୁ ଜେଲ ଭିତରେ ବୋଧ ହୁଏ ବିଷ ଦେଇ ମାରିଦେବାର ଉଦ୍ୟମ କରାଯାଉଛି। କାହିଁକି ନା ଜେଲ ଭିତରେ ତାଙ୍କ ବାପାଙ୍କର ବ୍ଳଡ ପ୍ଲାଟଲେଟ କମ ହୋଇଯାଇଛି’।  ସେହିପରି ପିଏମଏଲ ଅଧ୍ୟକ୍ଷ ତଥା ନବାଜ ସରିଫଙ୍କର ଭାଇ ସହଜାବ ସରିଫ ଅଭିଯୋଗ ଆଣି କହିଛନ୍ତି ଯେ ତାଙ୍କ ଭାଇଙ୍କର ଅସୁସ୍ଥ ଘଟାଣା ଜାଣି କାହିଁକି ତାଙ୍କୁ  ହସ୍ପିଟାଲରେ ଆଡମିଟ କରିବାପାଇଁ ବିଳମ୍ବ କରାଗଲା। ତେଣୁ ନବାଜ  ସରିଫଙ୍କର ଯଦି  କିଛି ହୋଇଯାଏ ତେବେ ଏଥିପାଇଁ ପ୍ରଧାନମନ୍ତ୍ରୀ  ଇମ୍ରାନଖାନ ଦାୟୀ  ରହିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.