ମିଶନ ‘ବନ୍ଦେ ଭାରତ ମିଶନ’ ଓ ‘ସେତୁ ସମୁଦ୍ର’: ଆଜିଠୁ ୭ ଦିନରେ ୬୪ଟି ବିମାନରେ ଫେରିବେ ୧୫ ହଜାର ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ: ପ୍ରବାସୀ ଭାରତୀୟଙ୍କ ଘର ଓ୍ଵାପସୀ ପାଇଁ ବନ୍ଦେ ଭାରତ ମିଶନ। ଆଜିଠୁ ୭ ଦିନରେ ୬୪ଟି ବିମାନରେ ଫେରିବେ ୧୫ ହଜାର । କରୋନା ଯୋଗୁ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଏହି ନୂଆ ଯୋଜନା । ‘ବନ୍ଦେ ଭାରତ ମିଶନ’ ଓ ‘ସେତୁ ସମୁଦ୍ର’ ଦୁଇଟି ଅଭିଯାନ ଆରମ୍ଭ ହୋଇଛି । ୭ ତାରିଖରୁ ୭ ଦିନ ପର୍ଯ୍ୟନ୍ତ ୧୨ ଦେଶରୁ ୧୫ ହଜାର ଭାରତୀୟଙ୍କୁ ଏୟାର ଲିଫ୍ଟ କରାଯିବ । ଏଥିପାଇଁ ୬୪ଟି ସ୍ୱତନ୍ତ୍ର ବିମାନକୁ ନିୟୋଜିତ କରାଯାଇଛି ।

indianପ୍ରଥମ ଦିନ ବିଭିନ୍ନ ଦେଶରୁ ୨୩୦୦ ଭାରତୀୟଙ୍କୁ ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି । ସେହିଭଳି ବାହାର ଦେଶରେ ଫସିଥିବା ବହୁ ଓଡ଼ିଆଙ୍କୁ ମଧ୍ୟ ଏହି ମିଶନରେ ଅଣାଯିବ । ଅନ୍ୟପଟେ ମାଳଦୀପରୁ ୧ ହଜାର ଭାରତୀୟଙ୍କୁ ସମୁଦ୍ର ସେତୁ ଯୋଜନାରେ ସମୁଦ୍ର ରାସ୍ତାରେ ଅଣାଯିବ । ଭାତର ଫେରିବା ପରେ ସମସ୍ତଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଳୟର ଗାଇଡଲାଇନ୍‌ ପାଳନ କରିବାକୁ ହେବ। ଭାରତରେ ପହଞ୍ଚିବା ମାତ୍ରେ ଆରୋଗ୍ୟ ସେତୁ ଆପରେ ରେଜିଷ୍ଟର କରିବାକୁ ପଡିବ। ସମସ୍ତେ ୧୪ ଦିନ କ୍ୱରେଣ୍ଟାଇନ୍‌ରେ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.