ପଶୁ ପାଲଟିଲା ମଣିଷ, ଅମୃତଭଣ୍ଡା ଖାଇଦେବାରୁ ଗାଈର ପେଟ ଚିରି ବାହାର କଲା ଦୋକାନୀ

ନବୀ ମୁମ୍ବାଇ : ନିଷ୍ଠୁରତାର ସବୁ ସୀମା ପାର କଲା ମଣିଷ। ମଣିଷ ହୋଇକି ବି ପଶୁ ଭଳି କାମ କରିବାକୁ ପଛାଉନାହାଁନ୍ତି ଏମାନେ। ଆଜି ଆମେ ଯେଉଁ ଖବର ଆପଣଙ୍କୁ ଦେବାକୁ ଯାଉଛୁ ତାକୁ ଶୁଣିଲେ ବିଶ୍ୱାସ କରନ୍ତୁ ଆପଣଙ୍କ ରକ୍ତ ଗରମ ହୋଇଯିବ। ଆପଣ ଜାଣିଲା ପରେ ଆପଣଙ୍କ ପାଟିରୁ ବି ବାହାରିପଡିବ କେଡେ ନିଷ୍ଠୁର ଏ ମଣିଷ। ମହାରାଷ୍ଟ୍ରର ରାୟଗଡ଼ରେ ଏକ ଅଭାବନୀୟ ଏବଂ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ତୈଫିକ୍ ବଶିର ମୁଜାଓ୍ବାର ନାମକ ଜଣେ ଫଳ ଦୋକାନୀ ଭୁଲି ଗଲା ମଣିଷ ପଣିଆ।

ଗୋଟିଏ ଗାଈ ତା ଦୋକାନରୁ ଅମୃତଭଣ୍ଡା ଖାଇଦେବାରୁ ସେ ଯାହା କଲା ତାକୁ ଜାଣିବା ପରେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ଆଉ ଆପଣ ବି କହିବେ ଇଏ ମଣିଷ ନା ରାକ୍ଷସ। ଗାଈଟି ଦୋକାନରୁ ଅମୃତଭଣ୍ଡାଟିଏ ଖାଇଦେବାରୁ ଦୋକାନୀ ଗାଈର ପେଟକୁ ଛୁରୀରେ ଚିରି ପକାଇଛି। ଦୋକାନୀ ଜଣଙ୍କ ରାଗରେ ଗାଈ ପେଟକୁ ଚିରି ଅମୃତଭଣ୍ଡାକୁ ବାହାର କରିଛି। ଗାଈ ପେଟରୁ ଅମୃତଭଣ୍ଡା ବାହାର କରିବା ପରେ ନିଜ ଦୋକାନରେ କିଛି ନଜାଣିଲା ପରି ବସିଗଲା ଦୋକାନୀ। ଗାଈ ଶରୀରରୁ ରକ୍ତ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ତାକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ହସ୍ପିଟାଲ ନେଇଥଲେ। ଆଉ ଏବେ ଗାଈର ଚିକିତ୍ସା ଚାଲିଛି।

ଗାଈର ମାଲିକ ଦୋକାନୀ ବଶିର ମୁଜାଓ୍ବାର ନାଁରେ ଥାନାରେ ଏତଲା ଦେଇଛନ୍ତି। ଆଉ ଏଥିରେ କାର୍ଯ୍ୟାନୁଷ୍ଠାନ କରି ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି। କୋର୍ଟ ମାମଲାରେ ଶୁଣାଣି କରି ଦୋଷୀକୁ ବିଚାର ବିଭାଗୀୟ ହାଜତକୁ ପଠାଇଛି। ବଶିରର ଏଭଳି କାଣ୍ଡକୁ ନେଇ ସମସ୍ତେ ହତବାକ। ଏପଟେ ଗାଈର ଅବସ୍ଥା ବହୁତ ସଙ୍କଟାପନ୍ନ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.