ପ୍ରସବ ପୀଡା କମ୍ କରିବା ପାଇଁ ଏଣିକି ଲେବର୍ ରୁମରେ ଶୁଭିବ ଗାୟତ୍ରୀ ମନ୍ତ୍ର, ଜାଣନ୍ତୁ କେଉଁ ରାଜ୍ୟ ନେଲା ଏହି ନିଷ୍ପତ୍ତି

ପ୍ରସବ ପୀଡା କମ୍ କରିବା ପାଇଁ ରାଜସ୍ଥାନ ସରକାରଙ୍କ ଅଭିନବ ଉପାୟ । ଏଣିକି ଲେବର୍ ରୁମରେ ବାଜିବ ଗାୟତ୍ରୀ ମନ୍ତ୍ର । ଯାହା ଫଳରେ ପ୍ରସୂତୀଙ୍କ ପ୍ରସବ ପୀଡାରୁ ମୁକ୍ତି ମିଳିବ । ଏହି ପଦ୍ଧତିକୁ ସାଉଣ୍ଡ ହିଲିଙ୍ଗ୍ ଥେରାପି କୁହାଯାଏ । ଏହି ଯୋଜନାର ନାଁ ‘ଲକ୍ଷ୍ୟ’ ରଖିଛି ରାଜସ୍ଥାନ ସ୍ବାସ୍ଥ୍ୟ ବିଭାଗ । ଯାହା ଅନୁଯାୟୀ ହସ୍ପିଟାଲର ପ୍ରସବ କକ୍ଷରେ ମ୍ୟୁଜିକ୍ ସିଷ୍ଟମ ଲଗାଯିବ । ଆଉ ଏଥିରେ ପ୍ରତି ଦିନ ସକାଳେ ଗାୟତ୍ରୀ ମନ୍ତ୍ର ବାଜିବ । ଏହା ବ୍ୟତୀତ ସାରା ଦିନ ପୁରୁଣା ଭାରତୀୟ ଗୀତ ବାଜିବ ।

କୁହାଯାଉଛି ଏହା ଦ୍ବାରା ପ୍ରସୂତୀଙ୍କ ମାନସିକ ଏକ ଶାରୀରିକ ଯନ୍ତ୍ରଣା କମ୍ କରିଥାଏ । ଏହା ସହ ସେମାନଙ୍କ ମନରେ ସକାରାତ୍ମକ ଉର୍ଜା ସଂଚାର ହେବ । ଯାହାର ପ୍ରଭାବ ନା କେବଳ ପ୍ରସୂତୀ ଉପରେ ବରଂ ପିଲା ଉପରେ ମଧ୍ୟ ପଡିବ ।

ତେବେ ଏହି ଥେରାପି ଅନ୍ୟ ଦେଶମାନଙ୍କରେ ପ୍ରଚଳିତ ଅଛି । ଯେଉଁଥିରେ ସାମିଲ୍ ଅଛି ଆମେରିକା ସହିତ ୟୁରୋପର ଅନେକ ରାଷ୍ଟ୍ର । ଅନେକ ଦେଶରେ ତ ଡାକ୍ତରଙ୍କ ଟିମରେ ଜଣେ ମ୍ୟୁଜିକ୍ ଥେରାପିଷ୍ଟ ମଧ୍ୟ ଥାଆନ୍ତି । ଯିଏ ସଙ୍ଗୀତ ସାହାଯ୍ୟରେ ଲୋକଙ୍କୁ ଅବସାଦ ଏବଂ ଗମ୍ଭୀର ରୋଗରୁ ମୁକ୍ତି ଦେଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.