କଂଗ୍ରେସର ସବୁ ପଦରୁ ଇସ୍ତଫା ଦେଲେ ଗୁଲାମନବୀ ଆଜାଦ୍‌, ସୋନିଆ ଗାନ୍ଧିଙ୍କୁ ପଠାଇଲେ ଇସ୍ତଫାପତ୍ର

ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଗୁଲାମନବୀ ଆଜାଦ ପାର୍ଟିର ପ୍ରାଥମିକତା ସଦସ୍ୟତା ଠାରୁ ଆରମ୍ଭ କରି ସମସ୍ତ ପଦବରୁ ଇସ୍ତଫା ଦେଇଛନ୍ତି। ଗୁଲାମନବୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ୫ ପୃଷ୍ଠାର ଇସ୍ତଫା ପତ୍ର ପ୍ରଦାନ କରିଥିଲେ।

ଗୁଲାମନବୀ ଆଜାଦ ଅନେକ ଦିନରୁ କଂଗ୍ରେସ ପ୍ରତି ଅସନ୍ତୁଷ୍ଟ ରହିଥିଲେ। କଂଗ୍ରେସ ପ୍ରତି ଅସନ୍ତୋଷ ରହିଥିବା ଜି-୨୩ ଅସନ୍ତୁଷ୍ଟରେ ସାମିଲ ଥିଲେ। ଜି-୨୩ କଂଗ୍ରେସରେ ଲଗାତାର ଅନେକ ପରିବର୍ତ୍ତନ ପାଇଁ ଦାବି କରୁଥିଲେ। ଏହାପୂର୍ବରୁ କପିଲ ସିବଲ ପାର୍ଟିରୁ ଇସ୍ତଫା ଦେଇଥିଲେ।

ଗୁଲାମ ନବୀ ଆଜାଦଙ୍କ ଅସନ୍ତୋଷ ବିଷୟରେ ସେତେବେଳେ ଜଣାପଡିଥିଲା, ଯେତେବେଳେ ସେ ଜାମ୍ମୁ କଶ୍ମୀର କ୍ୟାମ୍ପେନ କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ସେତେବେଳେ ଗୁଲାମନବୀ ଆଜାଦ ଅଧ୍ୟକ୍ଷତା ପଦ ମିଳିବାର କିଛି ଘଣ୍ଟା ପରେ ଇସ୍ତଫା ଦେଇଥିଲେ। ସୋନିଆ ଚାହୁଁଥିଲେ କଂଗ୍ରେସ ଜାମ୍ମୁ କଶ୍ମୀରରେ ଗୁଲାମନବୀଙ୍କ ନେତୃତ୍ୱରେ ବିଧାନସଭା ନିର୍ବାଚନ ଲଢିବେ। ତେଣୁ ତାଙ୍କୁ ଏହି କମିଟିର ଅଧ୍ୟକ୍ଷ କରିଥିଲେ। କିନ୍ତୁ ଅଧ୍ୟକ୍ଷତା ପଦ ମିଳିବାର କିଛି ଘଣ୍ଟା ପରେ ଗୁଲାମନବୀ ଇସ୍ତଫା ଦେଇଥିଲେ। ସେବେ ଠାରୁ କଂଗ୍ରେସ ଛାଡିବା ପାଇଁ ଅନେକ କଳ୍ପନା ଜଳ୍ପନା ଲାଗି ରହିଥିଲା।

ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗରେ ଗୁଲାମନବୀ ଆଜାଦ ଏବଂ କଂଗ୍ରେସ ମଧ୍ୟରେ ମତଭେଦ ଦେଖିବାକୁ ମିଳିଥିଲା। ଅଧ୍ୟକ୍ଷ ପଦ ହେଉ ଅବା କିଛି ଅନ୍ୟ ପ୍ରସଙ୍ଗ ସବୁଥିରେ ନାରାଜ ରହିଥିଲେ ଗୁଲାମନବୀ ଆଜାଦ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.