ଆରପାରିରେ ବଲିଉଡ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ସାଓ୍ଵନ କୁମାର ଟାକ; କରଜ ନେଇ ତିଆରି କରିଥିଲେ ନିଜର ପ୍ରଥମ ଫିଲ୍ମ

ବଲିଉଡ୍‌ର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ପ୍ରଯୋଜକ ସାଓ୍ଵନ କୁମାର ଟାକଙ୍କ ୮୬ ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ ହୋଇଛି। ତାଙ୍କୁ ଦୀର୍ଘ ଦିନରୁ ହାର୍ଟ ସମସ୍ୟା ଥିଲା, ଯେଉଁ କାରଣରୁ ସେ ଲମ୍ବା ସମୟ ଧରି ଚିକିତ୍ସାରତ ଥିଲେ। ଅଗଷ୍ଟ ୨୪ରେ ସମସ୍ୟା ବଢ଼ିବା ପରେ ତୁରନ୍ତ ତାଙ୍କୁ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ସାଓ୍ଵନ କୁମାରଙ୍କ ଭଣଜା ତଥା ପଞ୍ଜାବୀ ଫିଲ୍ମ ପ୍ରଯୋଜକ ନବୀନ କହିଛନ୍ତି, ସାଓ୍ଵନ କୁମାର ଟାକଙ୍କୁ ଅପରାହ୍ନ ପାଖାପାଖି ୪ଟା ୪୫ରେ ହାର୍ଟ ଆଟାକ୍‌ ଆସିଥିଲା ଏବଂ ଏକାଧିକ ଅଙ୍ଗ ଅକାମୀ ହୋଇ ପଡ଼ିବାରୁ ତାଙ୍କର ଦେହାନ୍ତ ଘଟିଥିଲା। ଅନ୍ତିମ ସଂସ୍କାର ଅଗଷ୍ଟ ୨୬ରେ ପବନ ହଂସ ଶ୍ମଶାନ ଘାଟରେ କରାଯିବ।

କହି ରଖୁଛୁ, ସାଓ୍ଵନ କୁମାର ଆଜୀବନ ଅବିବାହିତ ରହିଥିଲେ। ସେ ବିବାହ କରି ନ ଥିଲେ। ପରିବାରରେ ତାଙ୍କ ବ୍ୟତୀତ ୩ ଭଉଣୀ ଓ ଜଣେ ଭାଇ ଅଛନ୍ତି। ସାଓ୍ଵନ ଏକ ଇଣ୍ଟରଭ୍ୟୁରେ କହିଥିଲେ କି, ସେ ନିଜର ପ୍ରଥମ ଫିଲ୍ମ ‘ନୌନିହାଲ’କୁ ୨୫ ହଜାର ଟଙ୍କା କରଜ ନେଇ ତିଆରି କରିଥିଲେ। ଏହି କରଜକୁ ପରିବାରର ଜଣେ ସଦସ୍ୟଙ୍କଠାରୁ ନେଇଥିଲେ। ତେବେ ନୌନିହାଲ ପରେ ସାଓ୍ଵନ ଗୋଟିଏ ପରେ ଗୋଟିଏ ଫିଲ୍ମ କରି ଚାଲିଥିଲେ। ସେଥି ମଧ୍ୟରେ ବେଓ୍ଵଫା, ସୌତନ୍‌, ସାଜନ୍‌ ବିନା ସୁହାଗନ ଭଳି ହିଟ୍‌ ଫିଲ୍ମ ସାମିଲ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.