ନିଟ୍‌ ପରୀକ୍ଷାରେ ଛାତ୍ରୀଙ୍କ ଅନ୍ତଃବସ୍ତ୍ର ଖୋଲି ଯାଞ୍ଚ, କିଏ ମା’ ଠାରୁ ଓଢଣୀ ଆଣିଲା ତ ଆଉ କିଏ କେଶ ସାହାଯ୍ୟରେ ନିବାରଣ କଲା ଲାଜ

କେରଳରେ ନିଟ୍‌ପରୀକ୍ଷା ବେଳେ ଛାତ୍ରୀଙ୍କ ଅନ୍ତଃବସ୍ତ୍ର ଖୋଲି ଯାଞ୍ଚ କରିବା ଘଟଣା ସାମ୍ନାକୁ ଆସିବା ପରେ ଚାରିଆଡେ ଏହାକୁ ନେଇ ଚର୍ଚ୍ଚା ଚାଲିଛି। କିଏ ମା’ର ଓଢଣୀ ସାହାଯ୍ୟରେ ତ ଆଉ କିଏ କେଶ ସାହାଯ୍ୟରେ ଲାଜ ନିବାରଣ କରିଥିବା ଖବର ଜଣାପଡିଛି। ଏହାକୁ ନେଇ ମଙ୍ଗଳବାର ପୋଲିସ ମାମଲା ରୁଜୁ କରିଛି । ଘଟଣାଟି ୧୭ଜୁଲାଇରେ କେରଳର କୋଲ୍ଲମ ଜିଲ୍ଲାରେ ନିଟ୍‌ ପରୀକ୍ଷା ଚାଲିଥିଲା । ଯେବେ ଜଣେ ଛାତ୍ରୀଙ୍କୁ ପରୀକ୍ଷା ଦେବା ପୂର୍ବରୁ ଅନ୍ତଃବସ୍ତ୍ର ଖୋଲିବାକୁ କୁହାଯାଇଥିଲା ।

କୋଲ୍ଲମ ଗ୍ରାମୀଣ ପୋଲିସ ଜିଲ୍ଲାରେ ଭାରତୀୟ ଦଣ୍ଡ ସଂହିତାର ଧାରା ୩୫୪ ଓ ୫୦୯ ଅନୁସାରେ ମାମଲା ରୁଜୁ କରିଛି । ରବିବାର କୋଲ୍ଲମର ଅୟୁରରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଆୟୋଜିତ ହୋଇଥିଲା ନିଟ୍‌ ପରୀକ୍ଷା । ଘଟଣାଟି ସମସ୍ତଙ୍କ ସାମ୍ନାକୁ ଯେତେବେଳେ ଆସିଲା , ଯେତେବେଳେ ସୋମବାର ଦିନ୧୮ ଜୁଲାଇରେ କୋଲ୍ଲମର ପୋଲିସ ସୁପରିଣ୍ଟେଣ୍ଡେଣ୍ଟେଙ୍କ ସମ୍ମୁଖରେ ପୂରା ମାମଲାକୁ ଦର୍ଶାଇ ଅଭିଯୋଗ ଦାଖଲ କରାଗଲା।

ସେପଟେ ଛାତ୍ରୀଙ୍କ ବାପା ମଧ୍ୟ ମିଡ଼ିଆକୁ ରବିବାର ଦିନ ଘଟିଥିବା ସମସ୍ତ ଘଟଣା ବିଷୟରେ କହିଥିଲେ । ତାଙ୍କର ୧୭ବର୍ଷିୟା ଝିଅ ନିଟ୍‌ ପରୀକ୍ଷା ଦେବାକୁ ଯିବା ବେଳେ ପରୀକ୍ଷା କକ୍ଷରେ ପ୍ରବେଶ କରିବା ପୂର୍ବରୁ ତାଙ୍କର ଅନ୍ତଃବସ୍ତ୍ର ଜୋର ଜବରଦସ୍ତ ଖୋଲାଯାଇଥିଲା । ପରୀକ୍ଷା କକ୍ଷରେ ମହିଳା ପର୍ଯ୍ୟବେକ୍ଷକଙ୍କ ସହ ପୁରୁଷ ପର୍ଯ୍ୟବେକ୍ଷକ ମଧ୍ୟ ଥିଲେ, ଯେଉଁଥିରେ ଝିଅମାନେ ମାନସିକ ଭାବେ ଅସହଜ ଅନୁଭବ କରିଥିଲେ । ଯାଞ୍ଚ ସମୟରେ ଝିଅମାନେ ଓଢଣୀ ପାଇଁ କହିଥିଲେ କିନ୍ତୁ ସେମାନେ ଦେଇନଥିଲେ। ତେଣୁ ଝିଅମାନେ ନିଜ ମା’ଙ୍କ ଓଢଣୀ ନେଇଥିବା ବେଳେ ଆଉ କିଏ କେଶ ସାହାଯ୍ୟରେ ନିଜ ଶରୀରକୁ କଭର କରିଥିଲେ।

NEET

କେରଳରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଆର୍ ବିନ୍ଦୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ସଂପୃକ୍ତ ଏଜେନ୍ସି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେମାନେ ଛାତ୍ରୀଙ୍କର ଅନ୍ତଃବସ୍ତ୍ର ଖୋଲିବା ତାଙ୍କର ସମ୍ମାନ ବିରୋଧ ବୋଲି କହିଛନ୍ତି । ଏହାକୁ ନେଇ ଶିକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଘଟଣାର ଯାଞ୍ଚ ପାଇଁ କେରଳକୁ ଏକ ଟିମ୍‌ ପଠାଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.