ଦେଖନ୍ତୁ ପାକ୍ ପିଏମଙ୍କୁ କଣ କରିଦେଲା ଗୁଗଲ୍ ! ! ଭିକାରୀ ଲେଖି ସର୍ଚ୍ଚ କଲେ ଆସୁଛି ଇମ୍ରାନ୍ ଖାନଙ୍କ ଫଟୋ

ଭିକାରୀ ଇମ୍ରାନ୍ ଖାନ୍ । ଆଜ୍ଞା ଏକଥା ଆମେ ନୁହେଁ କହୁଛି ଗୁଗଲ୍ । ଇଡିଅଟ୍ ଲେଖି ସର୍ଚ୍ଚ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫଟୋ ଆସିବା ପରେ ଏବେ ଭିକାରୀ ବୋଲି ସର୍ଚ୍ଚ କଲେ ଆସୁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ଆପଣଙ୍କ ଓଠରେ ହସ ଖେଳାଉଥିବା ଏହି କଥାଟି ବିଲକୁଲ୍ ସତ ।

bhikari

ସୂଚନା ଅନୁସାରେ, ଶୁକ୍ରବାରଦିନ କିଛି ଲୋକ ଉର୍ଦ୍ଦୁରେ ଭିକାରୀ ଲେଖି ସର୍ଚ୍ଚ କଲେ ସେତେବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଫଟୋ ଆସିବାକୁ ଲାଗିଲା । ବର୍ତ୍ତମାନ ସମୟରେ ନିଜର ଆର୍ଥିକ ସ୍ଥିତିରୁ ବାହାରିବା ପାଇଁ ଋଣ ମାଗୁଛି ପାକିସ୍ତାନ । ଏପରି ସ୍ଥଳେ ଗୁଗଲ୍ ବି ଭିକାରୀ ସର୍ଚ୍ଚ କଲେ ତାଙ୍କ ଫଟୋ ଦେଖାଇବା ନିଶ୍ଚିତ ଭାବେ ଇମ୍ରାନଙ୍କ ଛବିକୁ କ୍ଷତି ପହଂଚାଇବ ।

ଅନ୍ୟପଟେ ପାକିସ୍ତାନ ସରକାରଙ୍କ କହିବା ଅନୁଯାୟୀ ଏହା ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର । ଏହା ଦ୍ବାରା ନାକେବଳ ପ୍ରଧାନମନ୍ତ୍ରୀଙ୍କ ବରଂ ବିଶ୍ବଦରବାରରେ ପାକିସ୍ତାନର ଛବି ମଧ୍ୟ ନଷ୍ଟ ହେଉଛି । ତେବେ ତୁରନ୍ତ ଏନେଇ ଜରୁରୀ ପଦକ୍ଷେପ ନେବାକୁ ଗୁଗଲକୁ ଅଭିଯୋଗ କରିଛନ୍ତି ପାକିସ୍ତାନ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.