ବଢ଼ିଲା ପିପିଏଫ୍ ଓ କ୍ଷୁଦ୍ର ସଞ୍ଚୟ ସୁଧହାର

ନୂଆଦିଲ୍ଲୀ : ବଢ଼ିଲା ପିପିଏଫ୍ ସୁଧହାର । ଏହା ସହିତ ଏନଏସସି ଭଳ କ୍ଷୁଦ୍ର ସଞ୍ଚୟ ଉପରେ ମଧ୍ୟ ସୁଧର ପରିମାଣ ୦.୪ ପ୍ରତିଶତ ବଢ଼ି ୮ ପ୍ରତିଶତରେ ପହଞ୍ଚିଛି । ପୂର୍ବରୁ ୭.୬ ପ୍ରତିଶତ ହାରରେ ସୁଧ ମିଳୁଥିଲା । ଅବଶ୍ୟ ଏହି ସୁଧ ହାର କେବଳ ଆସନ୍ତା ଅକଟୋବରରୁ ଡିସେମ୍ବର କ୍ବାର୍ଟର ପାଇଁ ବଢ଼ାଇଛି ଅର୍ଥ ମନ୍ତ୍ରାଳୟ। କାରଣ କ୍ଷୁଦୟ ସଞ୍ଚୟ ଉପରେ ପ୍ରତି କ୍ବାର୍ଟରରେ ସୁଧ ସମ୍ପର୍କରେ ଘୋଷଣା କରାଯାଇଥାଏ । କିଶାନ ବିକାଶପତ୍ର ଉପରେ ୧୧୨ ମାସକୁ ୭.୭ ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ଉପରେ ୮.୫ ପ୍ରତିଶତ ସୁଧ ମିଳିବ ।

ସେହିପରି ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାରେ ସୁଧ ହାରକୁ ୭.୮, ୭.୩ ଏବଂ ୮.୭କୁ ବଢ଼ା ଯାଇଛି । ଅବଶ୍ୟ ପାଞ୍ଚ ବର୍ଷିଆ ଜମା ଯୋଜନାରେ ଏହି ସୁଧ ଲାଗୁ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.