Below header

ଆପଣଙ୍କର ତ୍ବଚା ଆଉ ଶରୀରକୁ ସତେଜ ରଖିବା ପାଇଁ ଚାହୁଁଛନ୍ତି କି? ପାଳନ କରନ୍ତୁ ଏହି ୫ଟି ଅଭ୍ଯାସ

ବୟସ ବଢିବା ସାଙ୍ଗକୁ ଆମେ ସର୍ବଦା ଯୁବ ରହିବା ଏବଂ ନିଜ ଶରୀରକୁ ସୁସ୍ଥ ରଖିବାକୁ ଚାହିଁଥାଉ । ଯଦି ଆପଣ ଆପଣଙ୍କ ବୟସ ବଢିବା ପ୍ରକ୍ରୀୟାକୁ କମ୍ କରିବାକୁ ଚାହୁଛନ୍ତି, ତେବେ ଆପଣଙ୍କୁ ଆପଣଙ୍କର ଦୈନିକ କିଛି ଅଭ୍ଯାସକୁ ପାଳନ କରିବାକୁ ପଡିବ । ଏଠାରେ ଥିବା ୫ଟି ଅଭ୍ଯାସ ଆପଣଙ୍କୁ ବୟସ ହେବା ସତ୍ତ୍ବେ ମଧ୍ଯ ସତେଜ ରଖିବ ।

୧- ପ୍ରତିଦିନ କିଛି ଓଜନିକ ବସ୍ତୁକୁ ଧରି ବାୟାମ କରନ୍ତୁ

liftingଯଦି ଆପଣ ଚାହୁଁଛନ୍ତି କି ଅପଣଙ୍କ ଶରୀର ସୁସ୍ଥ ସବଳ ରହୁ, ତେବେ ପ୍ରତିଦିନ ଆପଣ କିଛି ଓଜନିଆ ବସ୍ତୁ ଧରି ଲିପ୍ଟ କରନ୍ତୁ, ଯାହା ଆପଣଙ୍କ ଶରୀରର ମାଂସପେଶୀକୁ ଫିଟ୍ ରଖିବାରେ ସାହାର୍ଯ୍ଯ କରିବ । ଏଥିପାଇଁ ଆପଣଙ୍କୁ ଏହି ଅଭ୍ଯାସକୁ ଆପଣଙ୍କର ପ୍ରତିଦିନ କରିବାକୁ ପଡିବ । ଆରମ୍ଭରୁ ଏହା ଆପଣଙ୍କୁ କଷ୍ଟ ଲାଗିପାରେ କିନ୍ତୁ କିଛି ଦିନ ଏହାକୁ କରିବା ପରେ ଆପଣଙ୍କୁ ସହଜ ଲାଗିବ । ତେବେ ସମୟ କ୍ରମେ ଆପଣ ଧରୁଥିବା ଓଜନିଆ ବସ୍ତୁର ଓଜନକୁ ବଢାଇବାକୁ ଚେଷ୍ଟା କରନ୍ତୁ ଏବଂ ନିଜ ଶରୀରର ଓଜନକୁ ପରୀକ୍ଷଣ କରି ସଜାଗ ରୁହନ୍ତୁ ।

୨-ଖାଦ୍ଯରେ ପ୍ରୋଟିନ୍ ଖାଆନ୍ତୁ

protinକମ୍ ପ୍ରୋଟିନ୍ ଖାଇବା ଶରୀରର ମାଂସପେଶୀ ପାଇଁ ହାନୀକାରକ ହୋଇଥାଏ । ୫୦ ବର୍ଷ ବୟସ ପରେ, ଆପଣଙ୍କ ଶରୀରରେ ପୂର୍ବରୁ ଖାଉଥିବା ପ୍ରୋଟିନ୍ ଠାରୁ ବେଶି ପ୍ରୋଟିନ୍ ଆବଶ୍ଯକ ପଡିଥାଏ । ଆମ ଶରୀରକୁ ପ୍ରତି କିଲୋଗ୍ରାମ ଖାଦ୍ଯ ପ୍ରତି ୦.୮ ଗ୍ରାମ ପ୍ରୋଟିନ୍ ରହିବା ଆବଶ୍ଯକ ହୋଇଥାଏ ।

ଏହାସହ ପଢନ୍ତୁ : କୌଣସି ଚମତ୍କାରଠୁ କମ୍ ନୁହେଁ ସକାଳେ ଖାଲି ପେଟରେ ଲେମ୍ବୁ ପାଣି ପିଇବା , ଜାଣନ୍ତୁ କି ଲାଭ ମିଳେ

୩-ସ୍ବାସ୍ଥ୍ଯକର ଖାଦ୍ଯ ଗ୍ରହଣ

foodଆପଣଙ୍କୁ ସତେଜ ରଖିବା ପାଇଁ ଅପଣ ବ୍ରେକ୍ ଫାଷ୍ଟ, ଲଞ୍ଚ୍ ଓ ଡିନରରେ ବେଶି ପରିମାଣର ଗ୍ରୀନ୍ ଭେଜିଟେବୁଲ୍ ଖାଆନ୍ତୁ । ବେଶି ତେଲ, ମସଲା ଥିବା ଖାଦ୍ଯ ଗ୍ରହଣ କରନ୍ତୁ ନାହିଁ । ମାଂସ ଜାତୀୟ ଭୋଜନରୁ ପ୍ରାୟତଃ କମ୍ ଗ୍ରହଣ କରନ୍ତୁ ।

୪-ଭିଟାମିନ୍ ଡି

vitamin dଯଦି ଆପଣଙ୍କ ଶରୀରରେ ଭିଟାମିନ୍ ଡି’ର ପରିମାଣ କମ୍ ଅଛି, ତେବେ ଆପଣଙ୍କୁ ଆପଣଙ୍କ ଶରୀର ପାଇଁ ଭିଟାମିନ୍ ଡି ଥିବା ଖାଦ୍ଯ କିମ୍ବା ବଟିକା ଗ୍ରହଣ କରିବାକୁ ପଡିବ । କାରଣ ଭିଟାମିନ୍ ଡି ଆପଣଙ୍କ ହାଡକୁ ମଜବୁତ୍ ରଖିବାରେ ସାହାର୍ଯ୍ଯ କରିଥାଏ ।

୫- ଆଣ୍ଟିଅକ୍ସିଡେଣ୍ଟ

antioxidentଗ୍ରୀନ୍ ଟି ରେ ଆଣ୍ଟିଅକ୍ସିଡେଣ୍ଟ ଭରପୁର ପରିମାଣରେ ରହିଛି, ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଆପଣ ଆପଣଙ୍କ ଖାଦ୍ଯରେ ଆଣ୍ଟିଅକ୍ସିଡେଣ୍ଟ ଥିବା ଖାଦ୍ଯକୁ ଯୋଡି ପାରିବେ । ଆପଣ ଡାଳିମ୍ବ ଖାଇପାରିବେ, ଯେଉଁଥିରେ ଆଣ୍ଟିଅକ୍ସିଡେଣ୍ଟ ବହୁ ପରିମାଣରେ ରହିଛି । ଏହା ତ୍ବଚାକୁ ସତେଜ ରହିବା ସହ ଚମକ ଦେଇଥାଏ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.