ସରକାର ଲାଗୁ କରିବାକୁ ଯାଉଛନ୍ତି ନୂଆ Labour Law, ଅଧିକ ୧୫ ମିନିଟ୍‌ କାମ କଲେ ବି ମିଳିବ ଓଭରଟାଇମ୍‌ ଦରମା

ଶ୍ରମ ମନ୍ତ୍ରାଳୟ ଆସନ୍ତା ଆର୍ଥିକ ବର୍ଷରେ ନୂଆ ଶ୍ରମିକ ଆଇନ୍‌(ଲେବର ଲ’) ଲାଗୁ କରିବାକୁ ପ୍ରସ୍ତୁତି ଚଳାଇଛି। ସରକାର ଏହାର ଶେଷ ପର୍ଯ୍ୟାୟ କାମ କରୁଛନ୍ତି। ନୂଆ ନିୟମ ଲାଗୁ ହେବା ପରେ ଦେଶର ଶ୍ରମିକ ତଥା କର୍ମଚାରୀଙ୍କର ଅନେକ ସମସ୍ୟା ଦୂର ହେବ।

ରିପୋର୍ଟ ମୁତାବକ, ସରକାର ନୂଆ ଆଇନ୍‌ରେ ଓଭର ଟାଇମ୍‌ ପାଇଁ ବର୍ତ୍ତମାନର ସମୟ ସୀମାକୁ ପରିବର୍ତ୍ତନ କରିପାରନ୍ତି ଓ ବର୍ତ୍ତମାନ ସ୍ଥିର ଥିବା ସମୟରୁ ୧୫ ମିନିଟ୍‌ ଅଧିକ କାମ କଲେ ବି ତାହାକୁ ଓଭରଟାଇମ୍‌ ଭାବେ ଧରାଯିବ। ଏଥିପାଇଁ କମ୍ପାନୀ ନିଜ କର୍ମଚାରୀକୁ ପେମେଣ୍ଟ କରିବାକୁ ବାଧ୍ୟ। ଅର୍ଥାତ୍‌ ଯଦି ଆପଣ ନିଜ କାମ ଟାଇମ୍‌ ପରେ ଅଧିକ ୧୫ ମିନିଟ୍‌ ବି କାମ କରୁଛନ୍ତି ତେବେ ତାହାକୁ ଓଭରଟାଇମ୍‌ ଧରାଯିବ। ଏଥିପାଇଁ କମ୍ପାନୀ ଆପଣଙ୍କୁ ଅଧିକ ପେମେଣ୍ଟ କରିବାକୁ ବାଧ୍ୟ। କିନ୍ତୁ ପୁରୁଣା ନିୟମରେ ନିର୍ଦ୍ଦିଷ୍ଟ ସମୟରୁ ୩୦ ମିନିଟ୍‌ ଅଧିକ କାମ କରିବାକୁ ଓଭରଟାଇମ୍‌ ବୋଲି ଧରାଯାଉଥିଲା।

ନୂଆ ଶ୍ରମ ଆଇନ୍‌ରେ କମ୍ପାନୀକୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ ସମସ୍ତ କର୍ମଚାରୀଙ୍କୁ ପିଏଫ୍‌ ଓ ଇଏସ୍‌ଆଇ ଭଳି ସୁବିଧା ମିଳୁଛି। ନୂଆ ନିୟମ ମୁତାବକ, କୌଣସି କମ୍ପାନୀ ଏହା କହି ବର୍ତ୍ତିପାରିବ ନାହିଁ ଯେ ଉକ୍ତ କର୍ମଚାରୀ କଣ୍ଟ୍ରାକ୍ଟଚୁଆଲ କାମ କରୁଛନ୍ତି କିମ୍ବା ଥାର୍ଡ ପାର୍ଟି ଜରିଆରେ ଆସିଛନ୍ତି। ଏହା ସହ କଣ୍ଟ୍ରାକ୍ଟ କିମ୍ବା ଥାର୍ଡ ପାର୍ଟି ଅନୁସାରେ କାମ କରୁଥିବା ବ୍ୟକ୍ତିଙ୍କୁ ଯେପରି ପୂରା ଦରମା ମିଳିବ, ତାହା ସ୍ପଷ୍ଟ କରିବା କମ୍ପାନୀର ଦାୟିତ୍ୱ ହେବ ବୋଲି ନୂଆ ଆଇନ୍‌ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.