ହୃଦୟବିଦାରକ: ନାତିକୁ କରୋନା ଭାଇରସଠୁ ବଞ୍ଚେଇବା ପାଇଁ ଜେଜେ-ଜେଜେମା କରି ଦେଲେ ଆତ୍ମହତ୍ୟା, ୨ ଦିନ ତଳେ ହୋଇଥିଲେ କୋଭିଡ ସଂକ୍ରମିତ

ରାଜସ୍ଥାନର କୋଟା ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ କରୋନା ସଂକ୍ରମିତ ଜଣେ ବୃଦ୍ଧ ଦମ୍ପତି ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଖବରରୁ ଜଣାପଡ଼ିଛି, କରୋନା ସଂକ୍ରମିତ ହେବା ପରେ ବୃଦ୍ଧ ଦମ୍ପତିଙ୍କୁ ଡର ଥିଲା କି, ତାଙ୍କଠାରୁ ଭାଇରସ ତାଙ୍କ ନାତି ଓ ବୋହୂକୁ ସଂକ୍ରମଣ କରିଯାଇପାରେ, ଯେଉଁ କାରଣରୁ ସେମାନେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ।

ପୋଲିସ ସୂଚନା ମୁତାବକ, ମୃତ ବୃଦ୍ଧ ଦମ୍ପତି ହେଉଛନ୍ତି, ହୀରାଲାଲ ବୈରବା(୭୫) ଓ ତାଙ୍କ ସ୍ତ୍ରୀ ଶାନ୍ତିବାଈ(୭୦)। ସେମାନେ ନିଜ ୧୮ ବର୍ଷୀୟ ନାତି ଓ ବୋହୂ ସହିତ ସହରର ପୁରୋହିତଜୀ ଟପରି ଅଞ୍ଚଳରେ ରହୁଥିଲେ। ତାଙ୍କ ପୁଅ ୮ ବର୍ଷ ପୂର୍ବେ ଆରପାରିକୁ ଚାଲିଯାଇଛନ୍ତି। ପୋଲିସ କହିଛି କି, ବୃଦ୍ଧ ଦମ୍ପତି ୨୯ ଏପ୍ରିଲରେ କରୋନା ସଂକ୍ରମିତ ହୋଇଥିବା ନେଇ ଟେଷ୍ଟ ରିପୋର୍ଟରୁ ଜାଣିବାକୁ ପାଇଥିଲେ। ଏହାପରେ ଦୁହେଁ ଘରେ କ୍ୱାରେଣ୍ଟିନରେ ଥିଲେ। କିନ୍ତୁ ରବିବାର ସକାଳେ ସେମାନେ ଚମ୍ବଲ ଓଭରବ୍ରିଜ ନିକଟ ରେଲୱେ ଲାଇନରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ଦମ୍ପତି ଦିଲ୍ଲୀ-ମୁମ୍ବାଇ ଅପ ଟ୍ରାକରେ ଚଳନ୍ତା ଟ୍ରେନ ଆଗକୁ ଡେଇଁ ପଡିଥିଲେ। ଏ ନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଜାରି ରଖିଛି। ପୋଲିସର କହିବା ଅନୁଯାୟୀ, ଘଟଣାସ୍ଥଳରୁ କୌଣସି ସୁଇସାଇଟ ନୋଟ ଜବତ ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.