କୋଭିଡ ନୂଆ ସବ ଭ୍ୟାରିଆଣ୍ଟକୁ ନେଇ ବଢୁଛି ଚିନ୍ତା: ୧୦ ଦିନରେ ୩ ମୃତ, ୬୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ

ପୁଣି ଡରାଇଲା କରୋନା। ୧୦ ଦିନରେ ୩ ଜଣଙ୍କ ଜୀବନ ଗଲାଣି । ୬୦୦ରୁ ଅଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଲେଣି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ଭାରତରେ ୬୧୪ ନୂଆ ସଂକ୍ରମିତ ଚିହ୍ନଟ ହେଲେଣି ।

ନୂଆଦିଲ୍ଲୀ : ପୁଣି ଡରାଇଲା କରୋନା। କୋଭିଡ ନୂଆ ସବ ଭ୍ୟାରିଆଣ୍ଟକୁ ନେଇ ବଢୁଛି ଚିନ୍ତା । ୧୦ ଦିନରେ ୩ ଜଣଙ୍କ ଜୀବନ ଗଲାଣି । ୬୦୦ରୁ ଅଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଲେଣି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ଭାରତରେ ୬୧୪ ନୂଆ ସଂକ୍ରମିତ ଚିହ୍ନଟ ହେଲେଣି । ଯାହା ମେ ୨୧ ତାରିଖ ପରଠୁ ସର୍ବାଧିକ ହୋଇଥିବା ବେଳେ କୋଭିଡ୍ ସକ୍ରିୟ ମାମଲା ୨୩୧୧କୁ ବୃଦ୍ଧି ପାଇଛି । କେବଳ ବୁଧବାର JN.1 କୋଭିଡ୍ ସଂକ୍ରମଣରେ ୨୧ ନୂଆ ମାମଲା ସାମ୍ନାକୁ ଆସିଛି । ନୂଆ ସବଭାରିଆଣ୍ଟର ହଟସ୍ପଟ୍ ଏବେ କେରଳ ।

କେବଳ କେରଳରୁ ୨୯୨ କେସ୍ ଚିହ୍ନଟ ହୋଇଛି । କେଭିଡରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଗୋଆରୁ ୧୯ କେସ୍ ଓ ଗୋଟିଏ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛି। ତେବେ ସବଭାରିଆଣ୍ଟ JN.1ର ଲକ୍ଷଣ ସାମାନ୍ୟ ରହୁଛି। କୋଭିଡ୍ ସଂକ୍ରମଣକୁ ଦେଖି ଏବେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ମାସ୍କ କଟକଣା ଫେରିଛି । କର୍ଣ୍ଣାଟକରେ ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ଅନ୍ୟ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଫେସ୍ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ସେହିଭଳି ଚଣ୍ଡିଗଡ଼କୁ ମଧ୍ୟ ଫେରିଛି ମାସ୍କ କଟକଣା ।

ସେପଟେ ଗତକାଲି କୋଭିଡର ନୂଆ ସବ ଭାରିଆଣ୍ଟ JN.1କୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କୋଭିଡ ମୁକାବିଲା ନେଇ ଆଲୋଚନା କରିଛନ୍ତି । ସତର୍କତାମୂଳକ ପଦକ୍ଷେପ ନେବାକୁ ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି।. ପ୍ରତି ତିନିମାସରେ ଥରେ ସବୁ ହସପିଟାଲରେ ମକଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। କରୋନାର ନୂଆ ଭାରିଆଣ୍ଟକୁ ନେଇ ଆଲୋଚନା ହୋଇଛି । ନୂଆ ଭାରିଆଣ୍ଟ JN.1 ନୂଆ ବିପତ୍ତି ଆଣିବ ବୋଲି ଆଶଙ୍କା କରାଯାଉଛି।କେରଳ ଓ କର୍ଣ୍ଣାଟକରେ କିଛି ଲୋକଙ୍କ ଜୀବନ ଗଲାଣି। ଆଗକୁ ବଡ଼ ଦିନ, ନୂଆବର୍ଷ ଓ ବଣଭୋଜି ଋତୁ ଚାଲିଥିବାରୁ ସଂକ୍ରମଣ ବୃଦ୍ଧି ହୋଇପାରେ । ଏପରି ପରିସ୍ଥିତିରେ କୋଭିଡ କଟକଣା ଫେରିବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.