ବ୍ୟାପୁଛି ଆମେରିକାର ହୱାଇ ଜଙ୍ଗଲରେ ନିଆଁ, ମୃତ୍ୟୁ ସଂଖ୍ୟା ୮୦କୁ ବୃଦ୍ଧି

ସ୍ୱର୍ଗ ପରି ସୁନ୍ଦର ସହର ଏବେ ଛାରଖାର। ଦୀର୍ଘ ଦିନ ଧରି ଆମେରିକା ହୱାଇ ଦ୍ୱୀପ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିରହିଛି । ଏପର୍ଯ୍ୟନ୍ତ ନିଆଁରେ ୮୦ଜଣଙ୍କ ଜୀବନ ନେଲାଣି। ଅଗ୍ନିକାଣ୍ଡରେ ସହରର ୧୦୦୦ରୁ ଅଧିକ ବିଲ୍ଡିଂ ଧ୍ୱଂସ ହୋଇଛି । ଆଗକୁ ବଢିପାରେ ମୃତାହତଙ୍କ ସଂଖ୍ୟା ।

ଆମେରିକା: ବ୍ୟାପୁଛି ଆମେରିକାର ହୱାଇ ଜଙ୍ଗଲରେ ନିଆଁ। ମୃତ୍ୟୁ ସଂଖ୍ୟା ୮୦କୁ ବୃଦ୍ଧି ପାଇଛି। ସ୍ୱର୍ଗ ପରି ସୁନ୍ଦର ସହର ଏବେ ଛାରଖାର। ଦୀର୍ଘ ଦିନ ଧରି ଆମେରିକା ହୱାଇ ଦ୍ୱୀପ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିରହିଛି । ଏପର୍ଯ୍ୟନ୍ତ ନିଆଁରେ ୮୦ଜଣଙ୍କ ଜୀବନ ନେଲାଣି। ଅଗ୍ନିକାଣ୍ଡରେ ସହରର ୧୦୦୦ରୁ ଅଧିକ ବିଲ୍ଡିଂ ଧ୍ୱଂସ ହୋଇଛି । ଆଗକୁ ବଢିପାରେ ମୃତାହତଙ୍କ ସଂଖ୍ୟା ।

ଏ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଲାଗିରହିଛି ନିଆଁ । ଆଇଲ୍ୟାଣ୍ଡର ମୁଖ୍ୟ ପର୍ଯ୍ୟଟନ ସହର ଲାହୈନା ସହର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଲାହୈନା ଜଙ୍ଗଲରେ ଭୀଷଣ ନିଆଁ ଲାଗିଛି । ହେଲିକପ୍ଟର ସାହାଯ୍ୟରେ ନିଆଁ ଲିଭା ଯାଉଛି ।

ଲୋକଂକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରଶାସନର ଉଦ୍ୟମ ଜାରି ରଖିଛି । ବାତ୍ୟାରେ ଭୀଷଣ ପବନ ଯୋଗୁ ନିଆଁ ବଢିବାରେ ଲାଗିଛି । ବହୁ ଲୋକଂକୁ ଘର ଛାଡିବାକୁ ପଡିଛି । ପ୍ରଶାସନ ପକ୍ଷରୁ ସର୍ଚ୍ଚ ଓ ରେସକ୍ୟୁୁ ଅପରେସନ ଚାଲିଛି । କିଛି ଲୋକଙ୍କ ଏବେ ବି ନିଖୋଜ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.