ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି

ନୂଆଦିଲ୍ଲୀ : ବିମାନରେ ବୋମା । ତେହରାନରୁ ଚୀନ ଯାଉଥିବା ୦୮୧ ଯାତ୍ରିବାହୀ ବିମାନରେ ବୋମା ଥିବା ସୂଚନା ମିଳିଛି । ଦିଲ୍ଲୀ ବିମାନ ବନ୍ଦରକୁ ଏ ନେଇ ୯ଟା ୨୦ ମିନିଟରେ ଖବର ମିଳିଥିଲା । ସୂଚନା ମିଳିବା ପରେ ଭାରତୀୟ ବାୟୁସେନା ପକ୍ଷଣୁ ତୁରନ୍ତ ଆକ୍ସନ ନିଆଯାଇଛି । ନୂଆଦିଲ୍ଲୀ ଆଡକୁ ଆସିବା ବେଳେ ପିଛା କରିଛି ଭାରତୀୟ ବାୟୁସେନା । ଯୋଧପୁର ଓ ପଞ୍ଜାବ ଏୟାରବେସରୁ ପିଛା କରୁଛି ସୁଖୋଇ-୩୦ଏମକେ । ହାଇ ଆଲର୍ଟ ସହ ଦିଲ୍ଲୀରେ ଅବତରଣ ପାଇଁ ମିଳିଲା ନାହିଁ ଅନୁମତି । ବୋମା ଥିବା ଇରାନୀୟ ବିମାନଟି ଏବେ ଚୀନ୍ ଅଭିମୁଖେ ଯାଉଥିବା ସୂଚନା ମିଳିଛି ।
‘Bomb threat’ onboard Iranian passenger jet over Indian airspace, with final destination in China, triggers alert, IAF jets scrambled. The passenger jet is now moving towards China. Security agencies monitoring the plane: Sources pic.twitter.com/5Up2fHURxW
— ANI (@ANI) October 3, 2022
ମିଳିଥିବା ସୂଚନା ଅନୁସାରେ ତେବେ ପୋଲିସକୁ ୯.୨୦ରେ ଫୋନ୍ ଆସିଥିଲା, ଯେଉଁଥିରେ ବିମାନରେ ବୋମା ଥିବା ସୂଚନା ଦିଆଯାଇଥିଲା । ଅନ୍ୟପଟେ ଜୟପୁରରୁ ଆସିଥିବା ଖବର ମୁତାବକ, ତେହରାନରୁ ଚୀନ ଯାଉଥିବା ବିମାନରେ ବୋମା ଥିବାର ସୂଚନା ମିଳିବା ପରେ ବିଦେଶୀ ଫ୍ଲାଇଟ୍ ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗିଥିଲା । କିନ୍ତୁ ତାକୁ ଜୟପୁରରେ ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ଦିଆଯାଇନଥିଲା । ବୋମା ବିପଦକୁ ନେଇ ଅଧିକାରୀମାନେ କିଛିି ସ୍ପଷ୍ଟ କରିନାହାଁନ୍ତି । ଏହା ସହ ଏବେ ବିମାନକୁ ଦିଲ୍ଲୀରେ ବି ଅବତରଣ କରିବାକୁ ମନା କରାଯାଇଥିବା ସୂଚନା ମିଳିଛି ।
ଭାରତୀୟ ବାୟୁସେନା ଏୟାର ଷ୍ଟେସନ୍ ଏବଂ ବିମାନ ଚଳାଚଳ ୟୁନିଟ୍ ସତର୍କ ନଜର ରଖିଛି । ବିମାନ ବନ୍ଦରରୁ ଏହି ଖବର ଆସିଥିଲା ଯେ, ଯେ ବିମାନରେ ବୋମା ଅଛି । ତେହେରାନରୁ ଚାଇନାକୁ ଏହି ବିମାନଟି ଯାଉଥିବା ସମୟରେ ଭାରତର ମଝି ଆକାଶରେ ସୃଷ୍ଟି ହୋଇଥିଲା ଆତଙ୍କ ।