୧୧ଦିନରେ ୩ଟି ସ୍ବର୍ଣ୍ଣ ପଦକ ଜିତିଥିବା ହିମା ଦାସଙ୍କ ମହାନତା, ଆସାମ ବନ୍ୟା ପ୍ରପିଡୀତଙ୍କୁ ଦାନ କଲେ ନିଜର ଅଧା ଦରମା

ଆସାମ: ବ୍ରହ୍ମପୁତ୍ର ନଦୀ ଫୁଲିବା ଫଳରେ ଆସାମର ୩୦ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଯିଛି । ଏଥିରେ ପାଖାପାଖି ୪୩ଲକ୍ଷ ଲୋକ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି । ୮୦ହଜାର ହେକ୍ଟରରେ ହୋଇଥିବା ଫସଲ ଉଜୁଡି ଯାଇଛି। ୧୭୦୦୦ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ନିଜ ରାଜ୍ୟରେ ଏଭଳି ପରିସ୍ଥିତିରେ ମର୍ମାହତ ହୋଇ ଧାବିକା ହିମା ଦାସ ଏକ ପ୍ରଶଂସନୀୟ ପଦକ୍ଷପ ଗ୍ରହଣ କରିଛନ୍ତି । ସେ ନିଜ ଦରମାର ଅଧା ବନ୍ୟା ପ୍ରପିଡୀତଙ୍କ ପାଇଁ ଦାନ କରିଛନ୍ତି । ଏହା ବ୍ୟତିତ ସେ ଟ୍ବିଟ୍ କରି ବଡ କମ୍ପାନୀ ଏବଂ ବ୍ୟକ୍ତିବିଶେଷ ମାନଙ୍କୁ ସହାୟତାର ହାତ ବଢାଇବା ପାଇଁ ନିବେଦନ କରିଛନ୍ତି । ସୂଚନା ଥାଉକି, ହିମା ଦାସ ଗତ ଦୁଇ ସପ୍ତାହ ହେଲା ଚର୍ଚ୍ଚିତ ଥିଲେ । ୧୧ ଦିନ ଭିତରେ ସେ ୩ଟି ଅର୍ନ୍ତରାଷ୍ଟ୍ରୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଖେଳ କୋଟା ଦ୍ବାରା ହେମା ଦାସଙ୍କୁ ଗୁହ୍ବାଟିରେ ଇଣ୍ଡିଆନ୍ ଅଏଲ୍ କରପୋରେସନ୍ ରେ ଏଚଆର୍ ଅଫିସର୍ ପଦରେ ନିଯୁକ୍ତି ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.