ମେଡିକାଲ ଇନସ୍ୟୁରାନ୍ସ କ୍ଲେମ ପାଇଁ ହସପିଟାଲରେ ଭର୍ତ୍ତି ହେବା ଜରୁରୀ ନୁହେଁ, ରାୟ ଶୁଣାଇଲେ ଉପଭୋକ୍ତା ଫୋରମ

ସ୍ୱାସ୍ଥ୍ୟ ବୀମା କରିଥିଲେ ଆପଣଙ୍କ ପାଇଁ ଖୁସି ଖବର । ସ୍ୱାସ୍ଥ୍ୟ ବୀମା କ୍ଲେମ କରିବା ପାଇଁ ମେଡିକାଲରେ ଭର୍ତ୍ତି ହେବା ଜରୁରୀ ନୁହେଁ । ଏଭଳି ନିଷ୍ପତ୍ତି ଜଣାଇଛନ୍ତି ଉପଭୋକ୍ତା ଫୋରମ ।

ଆପଣ ଯଦି ନିଜ ପରିବାର ଲୋକଙ୍କର ମେଡିକାଲ ଇନସ୍ୟୁରାନ୍ସ କରିଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ମେଡିକାଲ ଇନସ୍ୟୁରାନ୍ସ କ୍ଲେମ ପାଇଁ କୌଣସି ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବା ବା ୨୪ ଘଣ୍ଟା ପାଇଁ ଭର୍ତ୍ତି ହେବା ଜରୁରୀ ନୁହେଁ । ଏଥିପାଇଁ ମେଡିକାଲ ଇନସ୍ୟୁରାନ୍ସ କମ୍ପାନୀକୁ ଆବଶ୍ୟକ ଟଙ୍କା ପ୍ରଦାନ କରିବାକୁ ପଡ଼ିବ । ଉପଭୋକ୍ତା ଫୋରମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନା ମୁତାବକ, ବଡୋଦରା ଗ୍ରାହକ ଫୋରମ ସ୍ୱାସ୍ଥ୍ୟ ବୀମା ସହ ଜଡ଼ିତ ଏକ ମାମଲାରେ ଏହି ବଡ଼ ରାୟ ଶୁଣାଇଛନ୍ତି । ଗତ ୨୦୧୬ରେ ରମେଶ ଚନ୍ଦ୍ର ଯୋଶୀ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଡର୍ମେଟୋମାୟୋସାଇଟିସର ଚିକିତ୍ସା ପାଇଁ ଅହମ୍ମଦାବାଦର ଲାଇଫ କେୟାର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରିଥିଲେ । ମାତ୍ର ଗୋଟିଏ ଦିନରେ ସେ ମେଡିକାଲରୁ ଡିସଚାର୍ଜ ହୋଇଥିଲେ । ଏହାପରେ ସେ ସ୍ୱାସ୍ଥ୍ୟ ବୀମା ପାଇଁ କମ୍ପାନୀକୁ କ୍ଲେମ ମାଗିଥିଲେ, ମାତ୍ର କମ୍ପାନୀ କ୍ଲଜ ୩.୧୫କୁ ଦର୍ଶାଇ ଜୋଶୀଙ୍କ ଆବେଦନକକୁ ଖାରଜ କରିଦେଇଥିଲା ।

ଏହାପରେ ୨୦୧୭ରେ ଜୋଶୀ ବଡୋଦରାଗ୍ରାହକ ଫୋରମରେ ଜାତୀୟ ବୀମା କମ୍ପାନୀ ବିରୋଧରେ ଅଭିଯୋଗ ଦାୟର କରିଥିଲେ । ସୂଚନା ମୁତାବକ, ୪୪,୪୬୮ ଟଙ୍କାର ବିଲର ଭରଣ କରିବା ନେଇ ଜୋଶୀ କମ୍ପାନୀ ନିକଟରେ ଆବେଦନ କରିଥିଲେ । ମାତ୍ର ଜୋଶୀଙ୍କ ଦାବିକୁ କମ୍ପାନୀ ଖାରଜ କରିଦେଇଥିଲା ।

ଏହାପରେ କମ୍ପାନୀ ବିରୋଧରେ ଜୋଶୀ ଅଭିଯୋଗ କରିବା ସହ ସମସ୍ତ କାଗଜପତ୍ର ଉପସ୍ଥାପନ କରିଥିଲେ । ଜୋଶୀଙ୍କ ପତ୍ନୀ ୨୦୧୬ ମସିହା ନଭେମ୍ବର ୨୪ ସନ୍ଧ୍ୟା ୫.୩୮ରେ ମେଡିକାଲରେ ଆଡମିଟ୍ ହୋଇଥିବା ବେଳେ ନଭେମ୍ବର ୨୫ ତାରିଖ ସନ୍ଧ୍ୟା ୬.୩୦ରେ ତାଙ୍କୁ ଡିସଚାର୍ଜ କରିଦିଆଯାଇଥିଲା । ତେବେ ୨୪ ଘଣ୍ଟାରୁ କମ୍ ସମୟ ପାଇଁ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ହେଁ ସେ ସ୍ୱାସ୍ଥ୍ୟ ବୀମା ପାଇବାକୁ ହକଦାର ବୋଲି ଫୋରମ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.