କରଓ୍ଵାଚୌଥରେ ମ୍ୟାଚିଙ୍ଗ ଶାଢୀ, ଚୁଡି ଏବଂ ବିନ୍ଦି ଦେଲେନି ସ୍ୱାମୀ, ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହେଲେ ମହିଳା

ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ମହିଳାଙ୍କ ସୁରକ୍ଷା ଏବଂ ସେମାନଙ୍କର ଅଧିକାରକୁ ନେଇ ଅତ୍ୟନ୍ତ ଗମ୍ଭୀର। ସୂଚନା ମୁତାବକ ରାଜ୍ୟ ସରକାର ମହିଳା ଉତ୍ପୀଡନ ସମ୍ବନ୍ଧିତ ମାମଲାର ଶୀଘ୍‌ର ଶୁଣାଣି ଏବଂ ସମାଧାନ ପାଇଁ ସମସ୍ତ ଥାନାରେ ମହିଳା ହେଲ୍ପ ଡେସ୍କ ସ୍ଥାପିତ କରିଛନ୍ତି। ମହିଳା ଡେସ୍କ ଆରମ୍ଭ ହେବା ପରେ ବାରମ୍ବାର ମହିଳାମାନେ ନିଜର ସମସ୍ୟାକୁ ନେଇ ଥାନାର ଦ୍ୱାରସ୍ଥ ହେଉଛନ୍ତି। ଅଧିକାଂଶ ମହିଳାମାନେ ଘରୋଇ ହିଂସା ସହ ଜଡିତ ଅଭିଯୋଗ ନେଇ ଥାନାକୁ ଯାଉଛନ୍ତି କିନ୍ତୁ କିଛି ମହିଳା ଅଦ୍ଭୁତ ସମସ୍ୟା ନେଇ ମହିଳା ହେଲ୍ପ ଡେସ୍କର ଦ୍ୱାରସ୍ଥ ହେବାର ଦେଖିବାକୁ ମିଳିଛି।

ପତି ଦେଲେ ନାହିଁ ମ୍ୟାଚିଙ୍ଗ ଶାଢୀ, ଚୁଡି ଏବଂ ବିନ୍ଦି

ଚନ୍ଦୋଲି ସହରରେ ଜଣେ ମହିଳା ଏଭଳି କିଛି ଅଜୀବ ଅଭିଯୋଗ ନେଇ ପହଞ୍ଚିଛନ୍ତି। ଅଭିେଂଯାଗକାରୀ ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କୁ କରଓ୍ଵାଚୌଥରେ ମ୍ୟାଚିଙ୍ଗ ଶାଢୀ, ଲିପଷ୍ଟିକ୍‌, ଚୁଡି-ବିନ୍ଦି ଏବଂ ମେକଅପ୍‌ ଜିନିଷ କିଣି ଦେଇନାହାନ୍ତି। ଏହିକାରଣରୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟଶନୁଷ୍ଠାନ ଗ୍ରହଣ କରାଯାଉ।

ସ୍ୱାମୀ ଠିକ୍‌ ସମୟରେ କୌଣସି କାମ କରୁନାହାନ୍ତି

ମହିଳା ଜଣକ ନିଜ ପତିଙ୍କ ବିରୋଓଧରେ ପ୍ରତାଡିତ କରୁଥିବାର ଅଭିଯୋଗ କରିବା ସହ କହିଛନ୍ତି ସେ କୌଣସି କାମ ଠିକ୍‌ ସମୟରେ କରୁନାହାନ୍ତି। ଏଥିସହ ମହିଳା ଜଣକ କହିଛନ୍ତି, ଯଦି ଘରେ ଗ୍ୟାସ ଶେଷ ହୋଇଯାଏ ତେବେ ସେ ସିଲିଣ୍ଡର ମଧ୍ୟ ଠିକ୍‌ ସମୟରେ ଆଣି ଦିଅନ୍ତି ନାହିଁ। ଏହି କାରଣରୁ ତାଙ୍କୁ ଚୁଲିରେ ରାନ୍ଧିବାକୁ ପଡୁଛି। ଅଭିଯୋଗକାରୀ ମହିଳା ଜଣକ ତାଙ୍କ ପତିଙ୍କ ଏସବୁ କାର୍ଯ୍ୟ ଦ୍ୱାରା ଅସୁବିଧାରେ ପଡୁଛନ୍ତି। ଏହିକାରଣରୁ ତାଙ୍କ ପତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅଭିଯୋଗ କରିଛନ୍ତି।

ମହିଳା ଡେସ୍କରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ଅଭିଯୋଗକାରୀଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଥିସହ ମହିଳା ପୋଲିସ୍ ଅଭିଯୋଗ ଆଣିଥିବା ଉକ୍ତ ମହିଳାଙ୍କୁ ବୁଝାଇବା ସହ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଫୋନରେ ବୁଝାଇଥିଲେ। ଏହାପରେ ମହିଳା ଜଣକ ଘରକୁ ଚାଲିଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.